Wed. Dec 25th, 2024

ହକି ବିଶ୍ୱ କପ୍ ପାଇଁ ଗଣଦୈାଡ ।

By amfnews Nov 18, 2018 #Featured
87 Views

ଯାଜପୁର, ତା ୧୮/୧୧: ହକି ବିଶ୍ୱ କପ୍ କ୍ରୀଡା ଊତ୍ସବ ପାଇଁ ଚଳିତ ମାସ ୨୫ ତାରିଖରେ ଏକ ଗଣଦୈାଡ ଅନୁଷ୍ଠିତ ହେବ । ଏହି ଦୈାଡ ଯାଜପୁର ବ୍ଳ୍କର କମାଗଡ ଚ୍ଥକ ନିକଟରୁ ଆରମ୍ଭ ହୋଇ ଯାଜପୁର ସହର ସ୍ଥିତ କୁସୁମା ପୋଖରୀ ନିକଟରେ ପହଞ୍ଚିବ ବୋଲି ଜିଲ୍ଳ୍ାପାଳ ରଂଜନ କୁମାର ଦାସ ସୂଚନା ଦେଇଚ୍ଥନ୍ତି । ଏହି ଗଣଦୈାଡ ପାଇଁ ଆଗ୍ରହୀ ପ୍ରତିଯୋଗୀ ମାନେ ଚଳିତ ମାସ ୧୭ ତାରିଖରୁ ଜିଲ୍ଳ୍ା କ୍ରୀଡା ଅଧିକାରୀଙ୍କ ନିକଟରେ ନାମ ପଞ୍ଜିକରଣ କରିପାରିବେ ।

ପଞ୍ଜିକରଣ ପଂର୍ମ ମଧ୍ୟ କ୍ରୀଡା ଅଧିକାରୀଙ୍କ କାର୍ଯ୍ୟାଳୟରେ ଊପଲବ୍ଧ ହେବ ଓ ପାଂଷ୍ଟ କମ୍ ପାଂଷ୍ଟ ସର୍ଭିସ ନିୟମ ଅନୁସାରେ ୫୦୦ ଜଣଙ୍କର ପଞ୍ଜିକରଣ କରାଯିବ । ଯଦିଓ ଶେଷ ପଞ୍ଜିକରଣ ତାରିଖ ୨୩ ତାରିଖ ରଖାଯାଇଚ୍ଥି ତେବେ ଯଦି ତାହା ପୂର୍ବରୁ ଧାର୍ଯ୍ୟ ୫ ଶହ ପଞ୍ଜିକରଣର ଲକ୍ଷ୍ୟ ପୂରଣ ହୁଏ ତେବେ ପଞ୍ଜିକରଣ ସେବେଠାରୁ ବନ୍ଦ ରହିବ । ଗଣଦୈାଡ ପୂର୍ବାହ୍ନ ୭ ଘଟିକାରୁ ଆରମ୍ଭ ହେବ ଓ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ପ୍ର

ଥମ ପୁରୁଷ ଓ ମହିଳା ପ୍ରତିଯୋଗୀଙ୍କୁ ୨ ହଜାର ଟଂକା ଲେଖାଏଁ, ପ୍ରଥମ ରନର୍ସ ଅପ୍ ୨ ଜଣଙ୍କୁ ୧ ହଜାର ଟଂକା ଲେଖାଏଁ, ଦ୍ୱିତୀୟ ରନର୍ସ ଅପ୍ ୨ ଜଣଙ୍କୁ ୫ ଶହ ଟଂକା ଲେଖାଏଁ ଓ ୧୦ ଜଣଙ୍କୁ ସାନ୍ତ୍ୱନା ମୂଳକ ଭାବେ ୩ ଶହ ଟଂକା ଲୋଖାଏଁ ଅର୍ଥ ପ୍ରଦାନ କରାଯିବ । ଏହି ଅବସରରେ ଏକ ସ୍ୱାକ୍ଷର ଅଭିଯାନର ଆୟୋଜନ କରାଯାଇଚ୍ଥି ।

ଭାରତୀୟ ହକି ଦଳକୁ ଶୁଭେଚ୍ଚ୍ଥା ଜଣାଇ ଏହି ସ୍ୱାକ୍ଷର କରାଯିବ । ବିଜୁ ଯୁବ ବାହିନୀ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଗଣଦୈାଡ ପଞ୍ଚାୟତ ଓ ସହରାଞ୍ଚଳ ମାନଙ୍କ ମଧ୍ୟରେ ମଧ୍ୟ ଅନୁରୂପ ଭାବେ ଅନୁଷ୍ଠିତ ହେବ । ଏହାକୁ ବିଜୁ ଯୁବ ବାହିନୀ ଗ୍ରୁପ ଆୟୋଜନ କରିପାରିବେ । ଏହି ଶୁଭେଚ୍ଚ୍ଥା ବାର୍ତ୍ତା ସମ୍ୱଳିତ ସ୍ୱାକ୍ଷର ଗୁଡିକୁ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଭାରତୀୟ ଦଳର ପ୍ରଥମ ମ୍ୟାଚ୍ରେ ପ୍ରଦର୍ଶନ କରାଯାଇ ସେମାନଙ୍କ ମନୋବଳକୁ ବୃଦ୍ଧି କରାଯିବା ପାଇଁ ଏହି ବ୍ୟବସ୍ଥା କରାଯାଇଚ୍ଥି । ଏହି ଅବସରରେ ଏକକ କ୍ରୀଡା କାର୍ଯ୍ୟକ୍ରମ ମଧ୍ୟ ବିଜୁ ଯୁବ ବାହିନୀ ମାଧ୍ୟମରେ ପ୍ରତ୍ୟେକ ପଞ୍ଚାୟତ ଓ ସହରାଞ୍ଚଳରେ ୨୫ ନଭେମ୍ୱରରୁ ୧୬ ଡିସେମ୍ୱର ପର୍ଯ୍ୟନ୍ତ ଆୟୋଜନ କରାଯିବ ବୋଲି ଜିଲ୍ଳ୍ାପାଳ ଅବଗତ କରାଇଚ୍ଥନ୍ତି ।

By amfnews

Related Post