Sat. Mar 7th, 2026

ହକି ବିଶ୍ୱକପ୍ର ପ୍ରଚାର ପାଇଁ ମାସ୍କଟ ଓଲି ଶୋଭାଯାତ୍ରା

234 Views

ରାଉରକେଲା, ନଭେମ୍ବର ୨୭ : ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଠାରେ ହକି ବିଶ୍ୱକପ୍ର ଉଦ୍ଘାଟନ ହେବ । ଏଥିପାଇଁ ଓଡିଶାବାସୀଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ଭରିଯାଇଥିବା ବେଳେ ରଘୁନାଥପାଲୀ ନିର୍ବାଚନମଣ୍ଡଳୀର ଯୁବପିଢିଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଛି । ହକିର ପ୍ରଚାର ପ୍ରସାର ପାଇଁ କେଉଁଠି କିଏ କେଉଁ ଢଙ୍ଗରେ କାର୍ଯ୍ୟକ୍ରମର ଆୟୋଜନ କରିଥିବା ବେଳେ ଯୁବବର୍ଗଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ସେକ୍ଟର-୨ ବିଜୁ ପଟ୍ଟନାୟକ ଛକଠାରୁ ମାସ୍କଟ ଓଲିକୁ ନେଇ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି ।

ଶୋଭାଯାତ୍ରାରେ ଆନ୍ତର୍ଜାତିକ ହକି ତାରକା ବିରେନ୍ଦ୍ର ଲାକ୍ରା, କୋଚ୍ ରାଜୁକାନ୍ତ ସାଇନି ଯୋଗ ଦେଇ ପତାକା ଦେଖାଇ ଶୋଭାଯାତ୍ରାର ଆରମ୍ଭ କରିଥିଲେ । ଏଥିରେ ଅଂଶଗ୍ରହଣ କରିଥିବା ଯୁବକମାନେ ବିଶ୍ୱ କପ୍ରେ ଭାଗ ନେବାକୁ ଥିବା ଭାରତୀୟ ଦଳର ଜର୍ସି ଭଳି ପୋଷାକ ପିନ୍ଧି ଥିଲେ । ସେକ୍ଟର-୨ ବିଜୁ ପଟ୍ଟନାୟକ ଠକଠାରୁ ଆରମ୍ଭ ହୋଇ ସେକ୍ଟର-୧, ୩, ୪, ୫ ଦେଇ ସେକ୍ଟର-୯ ଓ ୧୩ ପର୍ଯ୍ୟନ୍ତ ପରିକ୍ରମା କରିଥିଲା । ଶୋଭାଯାତ୍ରାରେ ହକି ବିଶ୍ୱକପ୍ ପାଇଁ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର୍. ରେହେମାନ, ମିକା ସିଂ, ଡିଡିପ୍ରୋଙ୍କ ଦ୍ୱାରା ପ୍ରସ୍ତୁତ ସଙ୍ଗୀତ ଜନସାଧାରଣଙ୍କୁ ଆକର୍ଷିତ କରିଥିଲା । ଗତକାଲି ଠାରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରା ଆଜି ଓ ଆସନ୍ତାକାଲି ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀର ଅନ୍ୟାନ୍ୟ ଅଞ୍ଚଳ ପରିକ୍ରମା କରିବ ବୋଲି ଆୟୋଜକ ଯୁବ ସଦସ୍ୟମମାନେ ସୂଚନା ଦେଇଛନ୍ତି ।

ଏଥିସହ ହକି ବିଶ୍ୱକପ୍ର ଉଦ୍ଘାଟନୀ ଉତ୍ସବକୁ ସ୍ଥାନୀୟ ଜନସାଧାରଣ ଯେପରି ଉପଭୋଗ କରିପାରିବେ ସେଥିପାଇଁ ଟେଲିଫୋନ ଭବନଠାରେ ଏଲ୍ସିଡି ବ୍ୟବସ୍ଥା କରାଯାଇଛି । ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିବା ଯୁବ ସଦସ୍ୟମାନେ ମ୍ୟାଚ୍ରେ ଅଂଶଗ୍ରହଣ କରିଥିବା ଭାରତୀୟ ଦଳକୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ସ୍ଲୋଗାନ ଦେଇ ଦଳ ଜିତିବ ବୋଲି ଆଶା ବ୍ୟକ୍ତ କରିଥିଲେ । ଏଥିସହ ଏଭଳି ଏକ ବିଶ୍ୱସ୍ତରୀୟ ଖେଳର ଆୟୋଜନ ଓଡିଶାରେ ହୋଇଥିବାରୁ ମୁଖ୍ୟମନନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଏହି ଶୋଭାଯାତ୍ରା ଆୟୋଜନରେ ସତ୍ୟନାରାୟଣ ପ୍ରଧାନ, ସୁଧୀର ସୁନ୍ଦରରାୟ, ଶିଶିର ସାହୁ, ଇନ୍ଦିରା ନାୟକ, ଅନୀଲ ସିଂ, ପ୍ରିୟବ୍ରତ ଭଞ୍ଜ, ଦୁଷ୍ମନ୍ତ ପାତ୍ର, ସୁଜିତ ସାହୁ, ରାଘବେନ୍ଦ୍ର ଠାକୁର, ଶୁଭେନ୍ଦୁ ଆକାଶ ମାଝି, ଅରୁଣ ପୁହାଣ, ଦିବ୍ୟ ବହିଦାର, ରାକେଶ ସ୍ୱାଇଁ, ବିଚିତ୍ର ଜେନା, କୁଲଦୀପ ସିଂହ, ଭଗବାନ ରାୟ, ସୂର୍ଯ୍ୟମଣି ସାହୁ, ମନୋରଞ୍ଜନ ମହାନ୍ତି, ରମେଶ ଚନ୍ଦ୍ର ମହାନ୍ତି, ପ୍ରଭାକର ଚୌଧୁରୀ, ପ୍ରୀତିଶ ରାୟ, ଇନ୍ଦରଜିତ ସିଂ, ସତ୍ୟନାରାୟଣ ସାହୁ, ପ୍ରହ୍ଲାଦ ନାୟକ, ଭାନୁ ପ୍ରତାପ, ସନ୍ତୋଷ ସାହୁ, ଶରତ ସାମଲ, କମଳାକାନ୍ତ ନାୟକ, ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖ ସକ୍ରିୟ ସହଯୋଗ କିରଥିଲେ ।

By amfnews

Related Post