Wed. Dec 25th, 2024

ହକି ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପାଦ ରଖିବା ଟିମ ଇଣ୍ଡିଆର ପ୍ରଥମ ଲକ୍ଷ୍ୟ: ମନପ୍ରୀତ

By amfnews Nov 16, 2018 #Featured
268 Views

ଭୁବନେଶ୍ୱର, ନଭେମ୍ବର ୧୬: ଭାରତୀୟ ହକି ଟିମର ଅଧିନାୟକ ମନପ୍ରୀତ ସିଂହ କହିଛନ୍ତି, ତାଙ୍କ ଟିମ ନଭେମ୍ବର ୨୮ରୁ ଏଠାରେ ଆରମ୍ଭ ହେଉଥିବା ପୁରୁଷ ହକି ବିଶ୍ୱକପରେ ନିଜର ପୁଲରେ ଶୀର୍ଷରେ ରହିବା ଏବଂ କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିବା ଲକ୍ଷ୍ୟ ନେଇ ମ୍ୟାଚ ଖେଳିବ । ଆଉ ମାତ୍ର ୧୧ ଦିନ ପରେ କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ ଆରମ୍ଭ ହୋଇଯିବ । ଭାରତ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପୂର୍ବରୁ ନିଜର ପ୍ରସ୍ତୁତିକୁ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚାଇବା ପାଇଁ ବ୍ୟସ୍ତ ଅଛି । ବିଶ୍ୱର ୧୬ଟି ଶୀର୍ଷ ଟିମ ମଧ୍ୟରେ ବିଶ୍ୱକପରେ ମୁକାବିଲା ହେବ ।

ମନପ୍ରୀତ କହିଛନ୍ତି, ଭାରତୀୟ ଟିମ ପୁଲ ପର୍ଯ୍ୟାୟରେ ସମସ୍ତ ମ୍ୟାଚ ଜିତିବାକୁ ଉଦ୍ୟମ କରିବ । ପ୍ରତ୍ୟେକ ମ୍ୟାଚରୁ ୩ ପଏଣ୍ଟ ହାସଲ କରିବାକୁ ଭାରତ ଲକ୍ଷ୍ୟ ରଖିବ । ଏଥି ପାଇଁ ଆମେ ସବୁ ପ୍ରକାର ଉଦ୍ୟମ କରିବୁ । ଏହି ବିଶ୍ୱକପରେ ସମସ୍ତ ଟିମ ବିଜୟୀ ହେବାକୁ ଏଠାକୁ ଆସିବେ । ଆମେ କୌଣସି ଟିମକୁ ହାଲୁକା ଭାବରେ ନେବୁ ନାହିଁ । ଦକ୍ଷିଣ ଆଫ୍ରିକା, କାନାଡା ଓ ବେଲଜିୟମକୁ ଆମେ ସାଧାରଣ ଟିମ ଭାବରେ ନେବୁ ନାହିଁ ବୋଲି ଭାରତୀୟ ଅଧିନାୟକ ମନପ୍ରୀତ କହିଛନ୍ତି ।

ଗ୍ରୁପ-ସିରେ ଭାରତ ନଭେମ୍ବର ୨୮ରେ ଦକ୍ଷିଣ ଆଫ୍ରିକା ସହିତ ଭାରତର ମୁକାବିଲା ହେବ । ସେହିଭଳି ଭାରତ ଡିସେମ୍ବର ୨ରେ ବେଲଜିୟମ ଏବଂ ଡିସେମ୍ବର ୮ରେ କାନାଡାକୁ ଭେଟିବ । ଭାରତ ୨ ବର୍ଷରୁ ଅଧିକ ସମୟ ହେବ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବଡ଼ ଟୁର୍ଣ୍ଣାମେଣ୍ଟ ଖେଳି ନାହିଁ । କେବଳ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟ ଠାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅବସରରେ ଏକ ଅଭ୍ୟାସ ମ୍ୟାଚ ଖେଳିଥିଲା ।

By amfnews

Related Post