Sat. Mar 7th, 2026

ସ୍ୱାମୀର ଟାଙ୍ଗିଆ ଚୋଟରେ ଚତୁର୍ଥ ସ୍ତ୍ରୀର ପ୍ରାଣ ଗଲା

435 Views

ପାଲଲହଡ଼ା : ଜଣେ ଲୋକ ନିଜର ଚତୁର୍ଥ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ତାକୁ ଟାଙ୍ଗିଆରେ ହାଣି ଦେଇଥିବା ଜଣାଯାଇଛିି। ଅଭିଯକ୍ତ ସ୍ୱାମୀକୁ ପୁଲିସ୍‌ ଗିରଫ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଅନୁଗୋଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନ ଅନ୍ତର୍ଗତ ବାରକୋଟିଆ ଗାଁର ବଳ ବେହେରା (୭୨) ତାର ଚତୁର୍ଥ ସ୍ତ୍ରୀ ଭଗବତୀ (୪୫)କୁ ହତ୍ୟା କରିଛି। ସେଦୁହେଁ ଝିଅ ଘରକୁ ଯାଇଥିଲେ। ରାତିରେ ଖାଇପିଇ ଦୁହେଁ ଏକ ଚାଳଘରେ ଶୋଇଥିଲେ। ଭୋର ୪ଟା ବେଳେ ବଳ ବେହେରା ସ୍ତ୍ରୀ ଭଗବତୀଙ୍କୁ ଟାଙ୍ଗିଆରେ ଚୋଟ ପକାଇଥିଲେ।ଏହାପରେ ଭଗବତୀଙ୍କର ପ୍ରାଣବାୟୁ ଉଡିଯାଇଥିଲା।

ଅଭିଯୁକ୍ତ ବଳ ଆଗରୁ ତିନି ଥର ବାହା ହୋଇଥିଲା, କିନ୍ତୁ ସେମାନେ ମରିଯାଇଥିଲେ। କିନ୍ତୁ ସେହି ସ୍ତ୍ରୀମାନଙ୍କର ମୃତ୍ୟୁ କିପରି ହୋଇଥିଲା ତାହା ସ୍ପଷ୍ଟଭାବେ ଏଯାଏଁ ଜଣାପଡ଼ିନାହିଁ। ଏହାପରେ ସେ  ଭଗବତୀଙ୍କୁ ଚତୁର୍ଥ ବିବାହ କରିଥିଲା। ପୁଲିସ ଘଟଣାସ୍ଥଳରୁ ଏକ ଟାଙ୍ଗିଆ ଜବତ କରିଛି ଏବଂ ଅଭିଯୁକ୍ତ ବଳ ବେହେରାକୁ ଗିରଫ କରିଛି।

By amfnews

Related Post