480 Views
ମୁମ୍ବାଇ : ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ପେଟରେ ୧୧ ଥର ଛୁରି ମାରି ତଣ୍ଟି ଚିପି ହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମୁମ୍ବାଇର ନାଲ୍ଲାସୋପାରାରେ ରହୁଥିବା ୩୬ ବର୍ଷୀୟ ସୁନୀଲ କଦମ ଓ ତାଙ୍କ ସ୍ତ୍ରୀ ପ୍ରଣାଳୀ (୩୩)ଙ୍କ ଭିତରେ ଗତକାଲି ଭୋର ୫ଟା ସମୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା।ରାଗ ଶାନ୍ତ ହେବା ପରେ ସୁନୀଲ ବେଡରୁମରେ ଶୋଇବାକୁ ଚାଲିଯାଇଥିଲେ।
ପ୍ରଣାଳୀ କିନ୍ତୁ ରାଗରେ ଜଳୁଥିଲେ। ସେ ତା’ପରେ ରୋଷେଇ ଘରୁ ଏକ ଧାରୁଆ ଛୁରି ଧରି ସୁନୀଲଙ୍କ ପାଖକୁ ଫେରିଥିଲେ। ସେ ସୁନୀଲଙ୍କ ପେଟରେ ୧୧ ଥର ଛୁରି ମାରିବା ପରେ ତଣ୍ଟି ଚିପି ଦେଇଥିଲେ। ସେହି ବେଡରୁମରେ ହିଁ ସୁନୀଲଙ୍କର ପ୍ରାଣହାନି ଘଟିଥିଲା। ଏହାପରେ ପ୍ରଣାଳୀ ଶାଶୁ-ଶଶୁର ଓ ଦୁଇ ଝିଅଙ୍କ ପାଖକୁ ଯାଇ ଶୋଇଥିଲେ।