Mon. May 26th, 2025

ସ୍ୱାମୀଙ୍କ ଚିତାରେ ଜଳି ‘ସତୀ’ ହେବା ପୂର୍ବରୁ ମହିଳାଙ୍କୁ ଉଠାଇନେଲା ପୁଲିସ

By amfnews Jan 16, 2019 #Featured
264 Views

ଉତ୍ତରପ୍ରଦେଶର ବଣ୍ଡା ଜିଲ୍ଲା ପୁଲିସ ଅଧିକ୍ଷକ ଗଣେଶ ପ୍ରସଦ ଶାହ କହିଛନ୍ତି ଯେ ଶହାବାଜପୁର ବରକୋଲା ଗାଁର ମଗ୍ନି ରାମ(୭୫ ବର୍ଷ) ଦୀର୍ଘଦିନ ରୋଗ ଶଯ୍ୟାରେ ପଡ଼ି ମୃତ୍ୟୁ ବରଣ କରିଥିଲେ। ଶ୍ରୀ ରାମଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ସାବିତ୍ରୀ ସ୍ୱାମୀଙ୍କ ଚିତାରେ ଆତ୍ମ ବିସର୍ଜନ ଦେଇ ‘ସତୀ’ ହେବେ ବୋଲି ଘୋଷଣା କରିଥିଲେ। ପ୍ରାୟ ୪୦ ବର୍ଷ ତଳେ ଏହି ଗାଁରେ ଜଣେ ସତୀ ହୋଇଥିଲେ। ତେଣୁ ପୁଣି ଥରେ ଇତିହାସ କଡ଼ ଲେଉଟାଉଥିବା ଆଶଙ୍କା କରି ସଙ୍ଗେସଙ୍ଗେ ପୁଲିସ ତତ୍ପର ହୋଇ ଉଠିଥିଲେ। ମାତ୍ର ସେତେବେଳକୁ ଏହି କଥା ପ୍ରଘଟ ହୋଇ ସାରିଥିଲା । ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ସୀମାନ୍ତରୁ ହଜାର ହଜାର ଲୋକ ସତୀଦାହ ଘଟଣାକୁ ଦେଖିବା ପାଇଁ ଆସି ଗାଁରେ ପହଞ୍ଚି ଯାଇଥିଲେ। ତେବେ ମୃତ ମଗ୍ନି ରାମଙ୍କ ଶବ ଶ୍ମଶାନକୁ ଯିବା ବେଳେ ନିଜକୁ ଆତ୍ମ ବିସର୍ଜନ ପାଇଁ ପ୍ରସ୍ତୁତ କରି ତାଙ୍କ ସହିତ ଯିବାକୁ ବାହାରି ଥିବା ସାବିତ୍ରୀଙ୍କୁ ପୁଲିସ ଘରୁ ଧରି ଡାକ୍ତରଖାନାକୁ ପଳାଇ ଯାଇଥିଲାା କେବଳ ସେତିକି ନୁହେଁ, ପୁଲିସ ଉପସ୍ଥିତିରେ ମଗ୍ନି ରାମଙ୍କ ଦାହସଂସ୍କାର କାର୍ଯ୍ୟ ମଧ୍ୟ ସମ୍ପନ୍ନ କରାଯାଇଥିଲା। ଲୋକଙ୍କ ଭିଡ଼କୁ ପୁଲିସ ତା ପରେ ଘଉଡ଼ାଇ ଦେଇଥିଲା ବୋଲି ଏସପି ଶ୍ରୀ ଶାହ କହିଛନ୍ତି।

By amfnews

Related Post