Sat. Mar 7th, 2026

ସ୍ୱାମୀକୁ ଛାଡ଼ି ଅନ୍ୟ ପୁରୁଷ ସହ ରହିବାଲାଗି ସ୍ତ୍ରୀ କରିଲା ଶିଶୁର ଅପହରଣ

273 Views

ନୂଆଦିଲ୍ଲୀ, ଜାନୁୟାରୀ ୦୭  : ବଙ୍ଗଳା ସାହିବ ଗୁରୁଦ୍ୱାରା ପାଖରେ ଅପହୃତ ଏକ ନଅ ମାସର ଶିଶୁକୁ ପୁଲିସ ଉଦ୍ଧାର କରିଛି। ଏହି ମାମଲାରେ ପୁଲିସ ଦୁଇ ଜଣଙ୍କୁ ଗିରଫ ମଧ୍ୟ କରିଛି। ଗିରଫ ଦୁଇଜଣଙ୍କ ନାଆଁ ସପ୍‌ନା ଓରଫ କାଜଲ୍‌ ଓ ସରଦାର ଅଜିତ ସିଂହ।

ପୁଲିସର ସୂଚନା ଅନୁଯାୟୀ ସ୍ୱାମୀ ଗିରଫ ହେବାପରେ ସପ୍‌ନା ଅଜିତ ସିଂହ ସହିତ ସଂପର୍କ ରଖିଥିଲା। ଉଭୟେ ସାଙ୍ଗ ହୋଇ ରହିବାକୁ ଚାହୁଁଥିଲେ। ଅଜିତ୍‌ ସପନାର ପିଲାଟିକୁ ଚାହାଁନ୍ତି। କାରଣ ସପ୍‌ନା ମାଆ ହୋଇପାରୁ ନ ଥିଲେ। ଏହି କାରଣରୁ ସେ ନିଜର ପରିଚିତ ମହିଳା ପୂଜାଙ୍କ ଛୁଆକୁ ଅପହରଣ କରି ଅଜିତ ସିଂହକୁ ଦେଲେ। ପୂଜା ନବୀ କରିମ ପାଖରେ ବସ୍ତିରେ ରହୁଥିଲା।

ସେ ବଙ୍ଗଳା ସାହିବ ଗୁରୁଦ୍ୱାରା ଓ ହନୁମାନ ମନ୍ଦିର ପାଖରେ ମଇଳା ଉଠାଇବା କାମ କରୁଥିଲା। ସେଠାରେ ତା’ର ସପ୍‌ନା ସହିତ ପରିଚିତ ହୋଇଥିଲା। କିଛି ଦିନ ତଳେ ସପ୍‌ନା ପୂଜାର ଶିଶୁକୁ ଖୁଆଇବା ବାହାନାରେ ନେଇ ଯାଇଥିଲା। ହେଲେ ସେ ଆଉ ଫେରିଲା ନାହିଁ।

ଏସଂପର୍କରେ ଗତ ଜାନୁଆରି ୨ ତାରିଖରେ ପାର୍ଲିଆମେଣ୍ଟ୍‌ ଷ୍ଟ୍ରିଟ୍‌ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍‌ ଅଧିକାରୀ ବେଦ ପ୍ରକାଶ ଓ ଇନସ୍ପେକ୍ଟର କେ.ଏଲ୍‌.ଯାଦବଙ୍କ ନେତୃତ୍ୱରେ ପୁଲିସ ଟିମ୍‌ ଅଭିଯୁକ୍ତ ସପ୍‌ନା ଓ ଅଜିତ ସିଂହଙ୍କୁ ଗିରଫ କରିଥିଲା।

By amfnews

Related Post