Thu. Dec 26th, 2024

ସ୍ୱାଧୀନତା ସଂଗ୍ରାମର ଶହୀଦମାନଙ୍କ ସ୍ମୃତିରେ ସିଆଇଟିୟୁ ଏବଂ ଅଭ୍ୟର୍ଥନା କମିଟି ପକ୍ଷରୁ ଅହୋରାତ୍ର ଜାଗରଣ ଓ ବିଭିନ୍ନ ପ୍ରତିଯୋଗିତା ୧୪ରୁ

rklsanchar@gmail.com' By J.N. Pradhan Aug 11, 2018 #Featured
171 Views

ରାଉରକେଲା, ୧୧ା୮: ଭାରତ ବର୍ଷର ସ୍ୱାଧୀନତା ସଂଗ୍ରାମରେ ଶହୀଦମାନଙ୍କ ସ୍ମୃତିରେ ଓ ଦେଶର ୭୨ତମ ସ୍ୱାଧୀନତା ଦିବସ ପାଳନ କରିବା ପାଇଁ ସିଆଇଟିୟୁ ନେତୃତ୍ୱରେ ଏକ ଅଭ୍ୟର୍ଥନା କମିଟି ଗଠନ କରାଯାଇଥିବା ବେଳେ ଅଗଷ୍ଟ ୧୪ ତାରିଖ ସକାଳୁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଭଞ୍ଜଭବନ ଠାରେ ଅହୋରାତ୍ର ଉଜାଗର ହୋଇ ଅଗଷ୍ଟ ୧୫ ତାରିକ ସକାଳେ ସ୍ୱାଧୀନତା ଦିବସ ପତାକା ଉତ୍ତୋଲନ ପର୍ଯ୍ୟନ୍ତ କାର୍ଯ୍ୟ ଚାଲୁରଖିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି ଓ ଅଭ୍ୟର୍ଥନା କମିଟିର ସାଧାରଣ ସମ୍ପାଦକ ବିମାନ ମାଇତି ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ସଙ୍ଗଠିତ ହେବ । ଅଗଷ୍ଟ ୧୨ ତାରିଖ ରବିବାର ଦିନ ସକାଳ ସାଢେ ୮ଟା ବେଳେ ଦୀପିକା ଇଂରାଜୀ ମାଧ୍ୟମ ସ୍କୁଲ ଠାରେ ମୁକ୍ତ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ବିଭିନ୍ନ ଗ୍ରୁପରେ ପ୍ରଥମ ଶ୍ରେଣୀ ଠାରୁ ନେଇ ଡିଗ୍ରୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏଥିରେ ଭାଗ ନେବେ ।

ସ୍ୱାଧୀନତା ସଂଗ୍ରାମ ସହ ଜଡିତ ବିଷୟବସ୍ତୁ ଉପରେ ପ୍ରତିଯୋଗୀମାନେ ଚିତ୍ରାଙ୍କନ କରିବେ । ସକାଳ ୧୦ଟା ୩୦ ମିନିଟ୍ରେ ମୁକ୍ତ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହେବ । ଯେଉଁଥିରେ ୭ମରୁ +୩ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଭାଗ ନେବେ । ମଧ୍ୟାହ୍ନ ୧୨ଟା ବେଳେ ମୁକ୍ତ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ । ଅଗଷ୍ଟ ୧୪ ତାରିଖ ଦିନ ମୁଁ ଦୌଡିବି ମୋ ଦେଶପାଇଁ ଏବଂ ମୋ ସ୍ୱାଧୀନତା ରକ୍ଷା ପାଇଁ ସ୍ଲୋଗାନରେ ମିନି ମାରାଥନ ସକାଳ ୭ଟାରେ ଆମ୍ବାଗାନ ସ୍ଥିତ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରୁ ବାହାରିବ ।

ସକାଳ ୯ଟାରେ ମୁକ୍ତ ସାଇକେଲ୍ ଚାଳନା, ଦେଶାତ୍ମବୋଧକ ସଙ୍ଗୀନ ଗାନ ପ୍ରିତେଯାଗିତା ଭଞ୍ଜଭବନ ଠାରେ ଅନୁଷ୍ଠିତ ହେବ । ସକାଳ ୧୧ଟା ବେଳେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା, କରାଟେ ପ୍ରତିଯୋଗିତା, ସ୍ୱାଧୀନତା ସଂଗ୍ରାମର ଫଟୋ ପ୍ରଦର୍ଶନୀ, ଅପରାହ୍ନ ୨ଟାରେ ଆଦିବାସୀ ଦଳଗତ ନୃତ୍ୟ ପ୍ରତିଯୋଗିତା, ଅପରାହ୍ନ ୩ଟାରେ “ସ୍ୱାଧୀନତା ସଂଗ୍ରାମରେ ଭାରତ ବର୍ଷର ମହିଳା’ ଶୀର୍ଷକ ଆଲୋଚନାଚକ୍ର, ଅପରାହ୍ନ ୪ଟାରେ ସ୍ୱାଧୀନତା ପାଇଁ ମୁକ୍ତ କବିତା ପାଠୋତ୍ସବ, ସନ୍ଧ୍ୟା ୬ଟାରେ କ୍ୟାଣ୍ଡେଲ ଶୋଭାଯାତ୍ରା, ସାଢେ ୬ଟାରେ ଦଳଗତ ରେକର୍ଡ ଡ୍ୟାନ୍ସ ପ୍ରିତେଯାଗିତା, ସନ୍ଧ୍ୟା ସାଢେ ୭ଟାରେ ୭ ଦଶନ୍ଧିର ସ୍ୱାଧୀନତା ପ୍ରାପ୍ତ ଓ ବିଫଳତା’ ଶୀର୍ଷକ ଆଲୋଚନାଚକ୍ର ସହ ପୁରସ୍କାର ବିତରଣ ଓ ସମ୍ମାନ ସମାରୋହ କାର୍ଯ୍ୟକ୍ରମ, ସ୍ୱାଧୀନତା ସଂଗ୍ରାମ ଉପରେ ଚଳଚ୍ଚିତ୍ର ପ୍ରଦର୍ଶନ, ସଙ୍ଗୀତ ସମାରୋହ, ଅର୍କେଷ୍ଟ୍ରା, ଖୋଲାମଞ୍ଚ ଅଧିବେଶନ, ଏବଂ ଦେଶାତ୍ମବୋଧକ ଚଳଚ୍ଚିତ୍ର ପ୍ରଦର୍ଶନ ସକାଳ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ସହ ବହୁ ସଂଖ୍ୟାରେ ଯୋଗଦାନ କରିବାକୁ ଅଭ୍ୟର୍ଥନା ସମିତି ପକ୍ଷରୁ ଅନୁରୋଧ କରାଯାଇଛି ।

Related Post