240 Views
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ତଥା ଭାରତୀୟ ସ୍ଥଳସେନାର ଅବୈତନିକ ଲେଫ୍ଟନାଣ୍ଟ୍ କର୍ଣ୍ଣଲ୍ ମହେନ୍ଦ୍ର ସିଂହ ଧୋନୀ ଏବେ କଶ୍ମୀରରେ ସେନା କ୍ୟାମ୍ପରେ ରହି ଟ୍ରେନିଂରେ ବ୍ୟସ୍ତ ଅଛନ୍ତି। ଦକ୍ଷିଣ କାଶ୍ମୀରରେ ସେ ୟୁନିଟ୍ ସହ ଜଣେ ସାଧାରଣ ଯବାନଙ୍କ ଭଳି ରହୁଛନ୍ତି । ତେବେ ବର୍ତ୍ତମାନ ଧୋନୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି । ଖବର ଅନୁସାରେ, ଧୋନୀ ୧୫ ଅଗଷ୍ଟ ସ୍ୱାଧୀନତା ଦିବସ ଅବସରରେ ଲଦାଖ୍ ଯାଇ ସେଠାରେ ଜାତୀୟ ପତାକା ଉତ୍ତୋଳନ କରିବେ । ଧୋନୀ ସ୍ଥଳସେନାରେ କାମ କରିବା ପାଇଁ କ୍ରିକେଟରୁ ୨ ମାସ ଛୁଟି ନେଇଛନ୍ତି । ଜୁଲାଇ ୩୦ ତାରିଖରୁ ସେ ଜର୍ସି ଓହ୍ଲାଇ ଆର୍ମି ୟୁନିଫର୍ମ ପିନ୍ଧି ସେନାରେ ଯୋଗ ଦେଇଥିଲେ । ଅଗଷ୍ଟ ୧୫ ତାରିଖ ହେଉଛି ସେନାରେ ତାଙ୍କର ଶେଷ ଦିନ ।