Sun. Mar 8th, 2026

ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ, ଗାନ୍ଧିଜୀଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

237 Views

ନୂଆଦିଲ୍ଲୀ, ଅଗଷ୍ଟ ୧୫ : ୭୪ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଆଜି ସକାଳୁ ଜାତୀୟ ରାଜଧାନୀ ଦିଲ୍ଲୀସ୍ଥିତ ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଂଜଳି ଅର୍ପଣ କରିଛନ୍ତି ।

ଜାତୀୟ ରାଜଧାନୀ ନୂଆଦିଲ୍ଲୀରୁ ଦେଶବାସୀଙ୍କୁ ସମ୍ବୋଧନ କରିବେ । ମୋଦୀ ଲାଲକିଲ୍ଲାରୁ ୭ମ ଥର ତ୍ରିରଙ୍ଗା ଉଡ଼ାଇବା ପରେ ଦେଶବାସୀଙ୍କୁ ସମ୍ବୋଧନ କରିବେ । ମୋଦୀଙ୍କ ଭାଷଣ ଶେଷ ହେବା ପରେ ରାଷ୍ଟ୍ରୀୟ କ୍ୟାଡେଟ କୋରର କ୍ୟାଡେଟ ଜାତୀୟ ସଂଗୀତ ଗାନ କରିବେ ।

ସ୍ୱାଧୀନତା ଦିବସ ଅବସରରେ ଭାରତୀୟମାନଙ୍କର ଛାତି ଫୁଲି ଉଠିଛି । କିନ୍ତୁ କରୋନା ମହାମାରୀ ଯୋଗୁଁ ଆଦି ଦେଶବାସୀ ମାସ୍କ ପିନ୍ଧି ସାମାଜିକ ଦୂରତ୍ୱକୁ ରକ୍ଷାକରି ଜାତୀୟ ଦିବସ ପାଳନ କରୁଛନ୍ତି । ସ୍ୱାଧୀନତା ଦିବସକୁ ନେଇ ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି । ଏଥି ସହିତ କରୋନାକୁ ନେଇ ମଧ୍ୟ ସତର୍କତା ଅବଲମ୍ବନ କରାଯାଇଛି ।

ଆଜି ସକାଳ ୬ଟାରୁ ୮ଟା ୪୫ ମଧ୍ୟରେ ଲାଲକିଲ୍ଲା ଦୁର୍ଗ ନିକଟରେ ସଡ଼କଗୁଡ଼ିକ ବନ୍ଦ ରହିବ । ନେତାଜୀ ସୁବାଷ ମାର୍ଗ, ଲୋହିଆ ରୋଡ଼, ଏସପି ମୁଖାର୍ଜୀ ମାର୍ଗ, ଚାନ୍ଦନୀ ଚୌକ ରୋଡ, ନିଷାଦ ରାଜମାର୍ଗ, ଏସପ୍ଲାନାଡେ ରୋଡ, ଇସକା ଲିଙ୍କରୋଡ (ନେତାଜୀ ରୋଡ଼ ପର୍ଯ୍ୟନ୍ତ ବିସ୍ତୃତ), ରାଜଘାଟରୁ ଆଇଏସବିଟି ରିଂଗ ରୋଡ, ଆଇଏସବିଟି ରୁ ଆଇପି ପ୍ଲାଏଓଭର ଆଉଟର ରିଂଗ ରୋଡ ସକାଳ ୪ଟାରୁ ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ । ସମାରୋହରେ ସାମିଲ ହେବାକୁ ଥିବା ଅତିଥି ଓ ସୁରକ୍ଷାକର୍ମୀଙ୍କୁ କରୋନା ଗାଇଡଲାଇନ ପାଳନ କରିବାକୁ ଆଦେଶ ଦିଆଯାଇଛି ।

By amfnews

Related Post