ଇସଲାମାବାଦ, ଜାନୁଆରୀ ୦୫ : ପାକିସ୍ତାନ ସ୍ୱଦେଶୀ ଜ୍ଞାନକୌଶଳରେ ନିଜର ପ୍ରତିରକ୍ଷା ବିଭାଗକୁ ଶକ୍ତିଶାଳୀ କରିବାକୁ ଉଦ୍ୟମ କରୁଛି । ପ୍ରତିରକ୍ଷା ବିଭାଗରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ସାମିଲ କରି ପଡୋଶୀର ସମକକ୍ଷ ହେବାକୁ ଲକ୍ଷ୍ୟ ରଖୁଛି । ଏହି ପରିପ୍ରେକ୍ଷୀରେ ରକେଟ ଏ-୧୦୦ ପ୍ରସ୍ତୁତ କରିଛି । ପାକିସ୍ତାନୀ ସେନା ଶକବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛି । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ରକେଟ ଏ-୧୦୦ ଶହେ କିଲୋମିଟରରୁ ଅଧିକ ଦୂରକୁ ଲକ୍ଷ୍ୟଭେଦ କରିପାରିବ । ଇଣ୍ଟର ସର୍ଭିସେସ ପବ୍ଲିକ ରିଲେସନ୍ସ କହିଛି ରକେଟ ଏ-୧୦୦ ପାକିସ୍ତାନୀ ବୈଜ୍ଞାନିକ ତଥା ଇଂଜିନିୟର ସ୍ୱଦେଶରେ ବିକଶିତ କରିଛନ୍ତି ।
ପାକିସ୍ତାନୀ ସେନାର ଗଣମାଧ୍ୟମ ୱିଙ୍ଗ କହିଛନ୍ତି, ଶହେ କିଲୋମିଟରରୁ ଦୂରକୁ ଲକ୍ଷ୍ୟଭେଦ କରିପାରୁଥିବା ରକେଟ ପ୍ରଭାବଶାଳୀ ଓ ଶକ୍ତିଶାଳୀ ହୋଇପାରିଛି । ଶତ୍ରୁଙ୍କୁ ଏକଜୁଟ କରିବା ବିରୋଧରେ ଏହି ରକେଟ କାମ କରିପାରିବ । ପାକିସ୍ତାନରେ ଆୟୋଜିତ ଏକ ସମାରୋହରେ ରକେଟ ବାବଦରେ କୁହାଯାଇଥିବା ବେଳେ ସେନା ପ୍ରମୁଖ ଜେନେରାଲ କମ ଜାଭେଦ ବାଜବା ମୁଖ୍ୟ ଅତିଥିଲେ ।