Thu. Jan 23rd, 2025

ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

191 Views

ଢେଙ୍କାନାଳ/ଓଡାପଡା: ଚଳିତ ବର୍ଷ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ୧୦୦ ଦିନିଆ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇ ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ବାପୁଜୀ ମେମୋରିଆଲ୍ କ୍ଲବ ରଂଜା ସିଂଙ୍ଗା ସହଯୋଗରେ ସଂଜା ସିଂହା ଗ୍ରାମରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ଗ୍ରାମ ସଫେଇ କରାଯାଇଥିଲା  । ସେହିପରି ନେହେରୁ ଯୁବକ ସଂଘ ରଂଜା ସିଂଙ୍ଗାର ସଭ୍ୟମାନେ ରଂଜାସିଙ୍ଗା ବିଦ୍ୟାଳୟ ଓ ମନ୍ଦିରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ସଫେଇ କାର୍ଯ୍ୟ କରିଥିଲେ  । ଏହି କାର୍ଯ୍ୟକ୍ରମରେ ମୋଟଙ୍ଗା ସରପଞ୍ଚ ଙ୍କ ସମେତ ସ୍ୱେଚ୍ଛାସେବୀ ମାନେ ଯୋଗଦେଇ ସଚେତନତା କରାଇଥିଲେ  ।

ସେହିପରି ଢେଙ୍କାନାଳର ଅଗ୍ରଣୀ ଯୁବ ଅନୁଷ୍ଠାନ ବଜରଙ୍ଗ କ୍ଲବ, କଙ୍କଡାହାଡ ତରଫରୁ ମନ୍ଦିର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  ।  ସକାଳ ୮ଘଟିକାରୁ ପୂର୍ବାହ୍ନ ୧୨ ଘଟିକା ପର୍ଯ୍ୟନ୍ତ କଙ୍କଡାହାଡ ବଜରଙ୍ଗ କ୍ଲବର ବହୁ ଉଦ୍ୟମୀ ଯୁବଗୋଷ୍ଠୀ ଏକତ୍ରିତ ହୋଇ ଗ୍ରାମରେ ଥିବା ପ୍ରସିଦ୍ଧ ସ୍ୱପ୍ନେଶ୍ୱରଙ୍କ ମନ୍ଦିରର ସଫେଇ କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ମନ୍ଦିର ପରିସରରେ ଥିବା ଅଳିଆ ଆବର୍ଜନା ସଫେଇ  କରିବା ସହ ମନ୍ଦିରର ନୂତନ ରଙ୍ଗ କାର୍ଯ୍ୟ କରିଥିଲେ  ।

ପୂର୍ବରୁ ରକ୍ତଦାନ ଶିବିର ଆୟୋଜନ, ପୋଖରୀ ସଫା କାର୍ଯ୍ୟକ୍ରମ, ମନ୍ଦିର ସଫା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ  ଭଳି ବହୁ ଉନ୍ନତିମୂଳକ କାର୍ଯ୍ୟକ୍ରମ କ୍ଲବ ଜାରି ରଖିଛି  । ଏହି କାର୍ଯ୍ୟକ୍ରମରେ କ୍ଲବର ସଭାପତି ଜିତେନ୍ଦ୍ର ବେହେରା, ସମ୍ପାଦକ ବିଶ୍ୱଜିତ୍ ବେହେରା, ଉପ-ସଭାପତି ଅଜିତ ମହାରଣା, ସହ-ସମ୍ପାଦକ ଜ୍ୟୋତିରଞ୍ଜନ ସେଠୀ, କୋଷାଧ୍ୟକ୍ଷ ବବୁଲୁ ମହାପାତ୍ର ଓ ସଭ୍ୟ ପିଣ୍ଟୁ ବେହେରା, ଶ୍ରୀବତ୍ସ ବେହେରା, ଦିଲ୍ଲୀପ ବେହେରା, ନିର୍ମଳ ବେହେରା, ପ୍ରୟାସ ମହାନ୍ତି, ମଳୟ କୁମାର ବିନ୍ଧାଣୀ, ବୈଦ୍ୟନାଥ ବିନ୍ଧାଣୀ, ଦିବ୍ୟଜ୍ୟୋତି ବେହେରା ଓ ଦେବୀ ପ୍ରସାଦ ସାହୁ ଉପସ୍ଥିତ ଥିଲେ  ।

Related Post