Sat. Mar 7th, 2026

ସ୍ମୋକ୍‌ ଆଲର୍ଟ ବାଜିବାରୁ କୋଲକାତାରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

374 Views

କୋଲକାତା, ଡିସେମ୍ବର୧୧ : ସ୍ମୋକ୍‌ ଆଲର୍ଟ ବା ଧୂଅାଁ ବାହାରିବାଜନିତ ସତର୍କ ଘଣ୍ଟି ବାଜିବାରୁ ସୋମବାର ରାତିରେ ଏକ ଇଣ୍ଡିଗୋ ବିମାନ କୋଲକାତା ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି। ସେଥିରେ ଥିବା ସମସ୍ତ ଯାତ୍ରୀଙ୍କୁ ନିରାପଦରେ ବାହାରକୁ ଅଣାଯାଇଥିବା କଥା ଇଣ୍ଡିଗୋ ଏୟାର୍‌ଲାଇନ୍‌ସ୍‌ ତରଫରୁ କୁହା ଯାଇଛି।

୬ଇ-୨୩୭ ବିମାନଟି ଜୟପୁରରୁ କୋଲକାତାକୁ ଆସୁ ଥିବା ବେଳେ ସେଥିରେ ଧୂଅାଁ ଦେଖା ଦେଇଥିଲା। କିନ୍ତୁ, ବିମାନଟି ନିରାପଦରେ କୋଲକାତାରେ ଅବତଣ କରିଛି। ବିମାନଟି ଅବରତଣ କରିବା ମାତ୍ରେ କେତେକ ଯାତ୍ରୀ ଜରୁରୀକାଳୀନ ସୁଟ୍‌ ଯୋଗେ ବିମାନରୁ ବାହାରି ଆସି ଥିଲେ। ପାଇଲଟ୍‌ ଜରୁରୀ ଅବତରଣ କରିଥିଲେ ସୁଦ୍ଧା କୌଣସି ଯାତ୍ରୀଙ୍କର କିଛି ଅନିଷ୍ଟ ହୋଇ ନ ଥିଲା।

ଏ-୩୨୦ ବିମାନରେ ପୂର୍ବରୁ କୌଣସି ତ୍ରୁଟି ଥିବାର ସୂଚନା ମିଳି ନ ଥିଲା। ଧୂଅାଁ ବାହାରିବାର ପ୍ରକୃତ କାରଣ କ’ଣ ଜଣା ପଡ଼ି ନାହିଁ । ରେଗୁଲେଟୋରି ଏଜେନ୍‌ସି ଏହାର ତଦନ୍ତ ଆରମ୍ଭ କରିଛି।

By amfnews

Related Post