Thu. Dec 26th, 2024

ସ୍ମାର୍ଟସିଟି କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ନିଗମ କମିଶନଙ୍କୁ ଜୁଏଲଙ୍କ ପତ୍ର

rklsanchar@gmail.com' By J.N. Pradhan Aug 9, 2018 #Featured
136 Views

ରାଉରକେଲା, ୯ା୮ : ରାଉରକେଲା ସ୍ମାର୍ଟସିଟିର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଅତ୍ୟାବଶ୍ୟକ ସେବାର ସରଳୀକରଣ ପାଇଁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ରାଉରକେଲା ମହାନଗର ନିଗମ କମିଶନର ରଶ୍ମିତା ପଣ୍ଡାଙ୍କୁ ପତ୍ର ଦ୍ୱାରା ପ୍ରସ୍ତାବ ଦେଇଛନ୍ତି ।

ବର୍ତ୍ତମାନ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ସହରର ସିଭିଲ ଟାଉନସିପ ପାଇଁ ଓଡିଶା ଜନସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବାବେଳେ ଷ୍ଟିଲ୍ ଟାଉନସିପ୍ ପାଇଁ ରାଉରକେଲା ଇସ୍ପାତ କାରଖାନା ଓ ରେଲୱେ କଲୋନୀ ପାଇଁ ରେଳ ବିଭାଗ ଦାୟିତ୍ୱରେ ଅଛି । ସେହିପରି ସହରର ସ୍ୱରେଜ୍ ସିଷ୍ଟମର ଦାୟିତ୍ୱ ସିଭିଲ ଟାଉନସିପ୍ ପାଇଁ ଓଡବ୍ଲ୍ୟୁଏସ୍ଏସ୍ବି ଉପରେ ଥିବାବେଳେ ଷ୍ଟିଲ୍ ଟାଉନସିପ୍ ପାଇଁ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ଉପରେ ନ୍ୟସ୍ତ ଅଛି ।

ଏହି ବ୍ୟବସ୍ଥାକୁ ସରଳୀକରଣ କରି ଅଧିକ କ୍ରିୟାଶୀଳ କରାଇବାକୁ ପ୍ରତ୍ୟେକ ସେବା ବ୍ୟବସ୍ଥାକୁ ଏକକ ସଂସ୍ଥା ଅଧିନରେ ରଖିବାକୁ ଶ୍ରୀ ଓରାମ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହାଦ୍ୱାରା ପ୍ରତ୍ୟେକ ପ୍ରକଳ୍ପର ଅଗ୍ରଗତି ପାଇଁ ଗୋଟିଏ ସଂସ୍ଥା ଉତ୍ତରଦାୟୀ ରହିବା ସହ ସ୍ମାର୍ଟସିଟିର କାର୍ଯ୍ୟ ଶୃଙ୍ଖଳିତ ଓ ତ୍ୱରାନ୍ୱିତ ହୋଇପାରିବ ବୋଲି ଶ୍ରୀ ଓରାମ ଏକ ପ୍ରସ୍ତାବ ଦେଇଛନ୍ତି ।

ଶ୍ରୀ ଓରାମଙ୍କ ଏହି ସୁଚିନ୍ତିତ ପ୍ରସ୍ତାବକୁ ଜିଲା ବିଜେପି ତରଫରୁ ସ୍ୱାଗତ କରାଯାଇଛି ।

Related Post