Thu. Mar 6th, 2025

ସ୍ବାସ୍ଥ୍ୟ ସଚିବଙ୍କୁ ଭେଟିଲେ ନ୍ୟୁୟର୍କର ପ୍ରଫେସର

By amfnews Jan 11, 2019 #Featured
148 Views

ଭୁବନେଶ୍ବର, ଜାନୁଆରୀ ୧୧ : ନ୍ୟୁୟର୍କ ବିଶ୍ବବିଦ୍ୟାଳୟର ପ୍ରଫେସର ଜେନ୍ କାର୍ଲଟନ୍ ଆଜି ସ୍ବାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦାଙ୍କୁ ସଚିବାଳୟରେ ଭେଟି ମ୍ୟାଲେରିଆ ଓ ଅନ୍ୟାନ୍ୟ ଦିଗ ଉପରେ ଆଲୋଚନା କରିଛନ୍ତି। ରାଜ୍ୟରେ ମ୍ୟାଲେରିଆ ନିରାକରଣ ବିଶେଷକରି ‘ଦମନ’ କାର୍ଯ୍ୟକ୍ରମ ଯୋଗୁଁ ଦ୍ରୁତଗତିରେ ମ୍ୟାଲେରିଆ ହ୍ରାସ ପାଇଥିବା ନେଇ ଶ୍ରୀମତୀ କାର୍ଲଟନ୍ ଆଲୋଚନା କରିଥିଲେ।

ରାଜ୍ୟ ସରକାରଙ୍କ ନିଜସ୍ବ ‘ଦମନ’ କାର୍ଯ୍ୟକ୍ରମକୁ ନେଇ ଭବିଷ୍ୟତରେ ଓଡ଼ିଶା ସରକାରଙ୍କ ସହ ମିଶି ଗବେଷଣା କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି। ରାଉରକେଲାସ୍ଥିତ ସେଣ୍ଟର ଫର ଷ୍ଟଡି ଅଫ କ୍ଲମ୍ପ୍ଲେକ୍ସ ମ୍ୟାଲେରିଆ ଇନ୍ ଇଣ୍ଡିଆର ଡା.ସଂଜୀବ ମହାନ୍ତି, ଡା.ପ୍ରବୀଣ ସାହୁ ଓ ଡା.ମଦନ ମୋହନ ପ୍ରଧାନ ପ୍ରମୁଖ ରାଜ୍ୟରେ ମ୍ୟାଲେରିଆ ନିରାକରଣ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପ୍ରକଳ୍ପ ସଂକ୍ରାନ୍ତରେ ସୂଚନା ଦେଇଥିଲେ। ମ୍ୟାଲେରିଆ ନିରାକରଣ ଉପରେ ଗବେଷଣା ପାଇଁ ଆଗ୍ରହୀ ଥିବା ସଂସ୍ଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ ଆଇସିଏମ୍‌ଆରର ଅନୁମତି ପରେ ଆରମ୍ଭ କରିପାରିବେ ବୋଲି ଡା.ମେହେର୍ଦା ସୂଚନା ଦେଇଥିଲେ।

By amfnews

Related Post