Sun. Mar 8th, 2026

ସ୍କୁଲ ଯାଉଥିବା ବେଳେ ଶିକ୍ଷକଙ୍କୁ ହାଣିଲେ ଦୁର୍ବୃତ୍ତ

288 Views

ବାଲେଶ୍ୱର  :  ସ୍କୁଲ ନିକଟରେ ଶିକ୍ଷକଙ୍କୁ ଭୁଜାଲିରେ ହାଣିଲେ ଦୁର୍ବୃତ୍ତ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ଖୋସାଲିଗଞ୍ଜ ବିଦ୍ୟାଳୟ ନିକଟରେ।  ଆହତ ଶିକ୍ଷକଙ୍କ ନାଁ ସେକ୍‌ ଗୁଲା ସାଦିକ। ସେ ଖୋସାଲିଗଞ୍ଜ ପ୍ରାଥମିକ ବିଦ୍ୟାଳୟରେ ଉର୍ଦ୍ଦୁ ଶିକ୍ଷକ ଭାବେ କାର୍ଯ୍ୟ କରି ଆସୁଛନ୍ତି।

ଆଜି ସକାଳେ ସେ ସୁନହଟରେ ଥିବା ତାଙ୍କ ଘରୁ ଏକ ବାଇକ୍‌ରେ ସ୍କୁଲକୁ ଯାଉଥିଲେ। ଏହି ସମୟରେ ସ୍କୁଲ ଗେଟ୍ ନିକଟରେ ପଛ ପଟୁ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ମୁହଁରେ କଳା କନା ବାନ୍ଧି  ତାଙ୍କ ମୁଣ୍ଡକୁ  ଭୁଜାଲିରେ ଆକ୍ରମଣ କରିଥିଲେ। ହେଲେ ମୁଣ୍ଡରେ ସେ ହେଲମେଣ୍ଟ ପିନ୍ଧି ଥିବାରୁ ଭୁଜାଲିଟି ଖସି ପଡ଼ି ତାଙ୍କ ବାମ ହାତରେ ବାଜିଥିଲା। ଏହାପରେ ଘଟଣାସ୍ଥଳରୁ  ଦୁର୍ବୃତ୍ତମାନେ ଫେରାର୍ ହୋଇଯାଇଥିଲେ। ଶିକ୍ଷକଙ୍କୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିସହ ଫେରାର୍‌ ଦୁର୍ବୃତ୍ତଙ୍କୁ ଧରିବାକୁ  ଚେଷ୍ଟା ଚଲାଇଛି।

By amfnews

Related Post