Sat. Mar 7th, 2026

ସ୍କୁଟି ଡିକିରୁ ନେଇ ଗଲେ ଅଢେ଼ଇ ଲକ୍ଷ

264 Views

କଟକ : ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ସ୍କୁଟି ଡିକି ଖୋଲି ଦୁର୍ବୃତ୍ତ ଅଢେ଼ଇ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏ ସ˚କ୍ରାନ୍ତରେ ମଧୁପାଟଣା ଥାନାରେ ଅଭିଯୋଗ ହେବା ପରେ ପୁଲିସ ବିଭିନ୍ନ ସ୍ଥାନରୁ ସିସି କ୍ୟାମେରା ଫୁଟେଜ ଜବତ କରି ଘଟଣାର ତଦନ୍ତ ଚଳାଇଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସଦର ଥାନା ଝିଙ୍କିରିଆର କାର୍ତ୍ତିକ ମୁଦୁଲି ଅରୁଣୋଦୟ ମାର୍କେଟ୍‌ରେ ଥିବା ଏସ୍‌ବିଆଇ ବ୍ୟାଙ୍କ ଶାଖାରୁ ଅଢେ଼ଇ ଲକ୍ଷ ଟଙ୍କା ଉଠାଇ ହିରୋ ଡୁଏଟ୍‌ ସ୍କୁଟିରେ ରଖିଥିଲେ। ଫେରିବା ସମୟରେ ଲିଙ୍କରୋଡ୍‌ରେ ଏକ ଆୟୁର୍ବେଦ ଦୋକାନ ସାମ୍‌ନାରେ ଗାଡ଼ି ରଖି ଔଷଧ କିଣିବାକୁ ଯାଇଥିଲେ। କିନ୍ତୁ ସ୍କୁଟି ଚାବି ଆଣିବାକୁ ଭୁଲିଯାଇଥିଲେ।

ଅରୁଣୋଦୟ ମାର୍କେଟ୍‌ରୁ ତାଙ୍କ ପିଛା କରୁଥିବା ଦୁର୍ବୃତ୍ତମାନେ ସ୍କୁଟିର ଡିକି ଖୋଲି ସେଥିରେ ଥିବା ଟଙ୍କା ଲୁଟି ଫେରାର ହୋଇଯାଇଥିଲେ। ଏ ସ˚କ୍ରାନ୍ତରେ କାର୍ତ୍ତିକ ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି।

By amfnews

Related Post