Sun. Mar 8th, 2026

ସୋଶାଲ ମିଡିଆରେ ବୁଲୁଛି ନିର୍ଦ୍ଦେଶନାମା, ତଦନ୍ତରୁ ଜଣାପଡ଼ିଲା ଏପରି କଥା

152 Views

କୋରାପୁଟ : ଓଡିଶା ଶାସନର ଲୋଗୋ ଥିବା ଏକ ନିର୍ଦ୍ଦେଶନାମା ୩ ଦିନ ଧରି ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଏହା ଓଡିଶା ସରକାରଙ୍କ ନିୟମାବଳୀ ପତ୍ର-୨୦୨୦ ବୋଲି ଦର୍ଶାଯିବା ସହ ଏଥିରେ କୋରାପୁଟ ଜିଲ୍ଲାପାଳଙ୍କ ଦସ୍ତଖତ ମଧ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ ତଦନ୍ତରୁ ଏହି ଦସ୍ତଖତ ଜାଲ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲାପାଳଙ୍କ ଜାଲ ଦସ୍ତଖତ ଥିବା ଏକ ନିର୍ଦ୍ଦେଶନାମା ଭାଇରାଲ ହେବା ପରେ ଏକ ନିର୍ଦ୍ଦିଷ୍ଟ ଧର୍ମାବଲମ୍ବୀ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ଉକ୍ତ ସମ୍ପ୍ରଦାୟ ଲୋକେ କିପରି ବ୍ୟବହାର କରିବା କଥା ସେ ସଂକ୍ରାନ୍ତରେ ଆଦେଶନାମା ଥିବା ଏହି ପତ୍ରଟି ଜିଲ୍ଲାପାଳଙ୍କ ଦ୍ୱାରା ପ୍ରେରିତ ହୋଇଥିବାର ଭ୍ରମ ସୃଷ୍ଟି କଲା।

ମାତ୍ର ଏହି ଡକ୍ୟୁମେଣ୍ଟରେ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଦସ୍ତଖତ ବଦଳରେ ମଧୁସୂଦନ ଦାସ ବୋଲି ଲେଖାଯାଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଏକ ଯୁବ ସଂଗଠନ କୋରାପୁଟ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଭେଟି ଘଟଣାର ତଦନ୍ତ କରିବା ପାଇଁ ଦାବି କରିଛନ୍ତି। ପୁଲିସ୍ କହିଛି ଭାଇରାଲ ହୋଇଥିବା ଚିଠି ଜାଲ୍ ବୋଲି ଜଣାପଡ଼ିଛି। ତଦନ୍ତ ପରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

By amfnews

Related Post