Sat. Mar 7th, 2026

ସୋଶାଲ୍‌ ମିଡିଆରେ ପତ୍ନୀଙ୍କ ଆପତ୍ତିଜନକ ଫଟୋ ଓ ମନ୍ତବ୍ୟ ଦେଇ ସ୍ୱାମୀ ଗିରଫ

200 Views

କଟକ,ଅକ୍ଟୋବର ୨୫: ସୋଶାଲ୍‌ ମିଡିଆରେ ଆପତ୍ତିଜନକ ଫଟୋ ସହ ଅଶାଳୀନ ମେସେଜ୍ ଦେବା ଅଭିଯୋଗରେ ଜଣେ ଯୁବକଙ୍କୁ ପୁଲିସ୍‌ ଗିରଫ କରିଛି। ତାଙ୍କ ନାଁ ବିକାଶ ରଞ୍ଜନ ସିଂ। ତାଙ୍କ ଘର କଟକ ନେମାଳ ଥାନା ଅନ୍ତର୍ଗତ କେରିଲୋ ଗାଁରେ।

ସୂଚନା ଅନୁସାରେ, ବିକାଶ ଜଣେ ଯୁବତୀଙ୍କୁ ବିବାହ କରିବା ପରେ ଯୌତୁକ ପାଇଁ ଶାରୀରିକ ତଥା ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ଫଳରେ ଯୁବତୀ ଜଣକ ଛାଡ଼ପତ୍ର ଦେବାକୁ କୋର୍ଟଙ୍କ ଆଶ୍ରୟ ନେଇଥିଲେ।

ଏହି ମାମଲା କୋର୍ଟରେ ବିଚାରାଧିନ ଥିବାବେଳେ ବିକାଶ ସୋଶାଲ୍‌ ମିଡିଆରେ ଆପତ୍ତିଜନକ ଫଟୋ ସହ ଅଶାଳୀନ ମନ୍ତବ୍ୟ ପୋଷ୍ଟ କରିଥିଲେ। ଯାହାକୁ ନେଇ ଉକ୍ତ ମହିଳା ଏବଂ ତାଙ୍କ ପରିବାର ଲୋକ ପୁଲିସ୍‌ରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ୍‌ ବିକାଶଙ୍କୁ ଗିରଫ କରିଛି।

By amfnews

Related Post