Sun. Nov 24th, 2024

ସୋନିଆଙ୍କ ଗଡ଼ରେ ‘ମେକ ଇନ ଇଣ୍ଡିଆ’ର ଦମ ଦେଖାଇବେ ପ୍ରଧାନମନ୍ତ୍ରୀ ମୋଦୀ

By amfnews Dec 15, 2018 #Featured
115 Views

ନୂଆଦିଲ୍ଲୀ, ଡିସେମ୍ବର ୧୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଗଡ଼ ରାୟବରେଲୀ ଗସ୍ତ କରୁଛନ୍ତି । ଗସ୍ତ କାଳରେ ମୋଦୀ ମାଇନ କୋଚ କାରଖାନା ଯିବେ । ଏହି ପ୍ରକଳ୍ପକୁ ମୋଦୀ ସରକାର ନିଜର ଅତ୍ୟାଧୁନିକ ଯୋଜନା ‘ମେକ ଇନ ଇଣ୍ଡିଆ’କୁ ସଫଳତାର ଅନ୍ୟତମ ଉଦଦାହରଣ ଭାବରେ ଉପସ୍ଥାପନ କରିବାକୁ ଯାଉଛନ୍ତି । ଏହି ଗସ୍ତ ଆଳରେ ମୋଦୀ ୨୦୧୯ ସାଧାରଣ ନିର୍ବାଚନ ପାଇଁ ମଧ୍ୟ ରୂପରେଖ ପ୍ରସ୍ତୁତ କରିବେ ବୋଲି ରାଜନୀତି ବିଷାରଦମାନେ କଳ୍ପନାଜଳ୍ପନା କରୁଛନ୍ତି ।

ରେଳ ମନ୍ତ୍ରାଳୟର ଜଣେ ଅଧିକାରୀ ନିଜ ନାମ ଗୋପନ ରଖି ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି, ଭାରତ ଏଣିକି ଭଲ କୋଚ ଉତ୍ପାଦନ କରିବ ଏବଂ ବିଦେଶକୁ ରପ୍ତାନୀ କରିବ । ଏଥିପାଇଁ ପ୍ରସ୍ତୁତ ଚାଲିଛି । କୋରିଆ, ଜାପାନ, ଚୀନ, ଜର୍ମାନୀ ଏବଂ ତାଇୱାନ ଭଳି ଦେଶମାନଙ୍କ ଯେଭଳି ଉନ୍ନତମାନର କୋଚ ଉତ୍ପାଦନ ହେଉଛି, ସେହିଭଳି ସୁବିଧାଯୁକ୍ତ କୋଚ ଗୁଡ଼ିକ ଭାରତରେ ଉତ୍ପାଦନ ହୋଇ ବିଦେଶୀ ବଜାରରେ ନିଜକୁ ଉପସ୍ଥାପିତ କରିବ ।

ଅଧିକାରୀ କହିଛନ୍ତି, ଅନେକ ଦେଶ ଭାରତର କୋଚ ମାମଲାରେ ଉତ୍ପାଦନର ହବ ଭାବରେ ବ୍ୟବହାର କରିପାରିବେ । ଭାରତରେ ଚୀନ, ଆମେରିକା ଏବଂ ଇଉରୋପ ତୁଳନାରେ ଉତ୍ପଦନ ମୂଲ୍ୟ କମ । ଏନେଇ ସରକାରଙ୍କୁ ରାଜନୀତିରେ ଅଗ୍ରଣୀ ମିଳୁଥିବା ଦୃଶ୍ୟ ଅନୁମାନ ହେଉଛି । କଂଗ୍ରେସ ମୋଦୀ ସରକାରଙ୍କ ମେକ ଇନ ଇଣ୍ଡିଆ ସ୍କିମକୁ କେବଳ ଶ୍ଲୋଗାନ ବୋଲି କହୁଛି ।

ପ୍ରଧାନମନ୍ତ୍ରୀ ଜୋରରେ କହିପାରିବେ ଯେ, ସୋନିଆ ଗାନ୍ଧୀଙ୍କ ଗଡ଼ରେ ନିର୍ମିତ କାରଖାନା ବିଶ୍ୱର ଅନ୍ୟତମ ରେଳ କୋଚ ଉତ୍ପାଦନର ହବ ପାଲଟିବ । ଏହି କାରଖାନାରେ ବିଗତ ୪ ବର୍ଷ ମଧ୍ୟରେ ୧୦ ଗୁଣ ପର୍ଯ୍ୟନ୍ତ ଉତ୍ପଦାନ ବଢ଼ିଛି । ଆର୍ଥିକ ବର୍ଷ ୨୦୧୪-୧୫ରେ ଏଠାରେ ୧୪୦ କୋଚ ନିର୍ମାଣ ହୋଇଥିବା ବେଳେ ୨୦୧୯-୧୯ରେ ଏହା ୧୪୨୨ରେ ପହଂଚିଛି । ଆଗାମୀ ଆର୍ଥିକ ବର୍ଷରେ ୨୮୪୪ କୋଚ ଉତ୍ପାଦନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

By amfnews

Related Post