Wed. Jan 22nd, 2025

ସେଲ ହକି ଏକାଡେମୀର ୩ ଜଣ କ୍ୟାଡେଟଙ୍କ ଦ୍ୱାରା ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆର ଖେଲୋ ଇଣ୍ଡିଆ ପ୍ରତିଭା ଚିହ୍ନଟ ବିକାଶ ଯୋଜନା ଅନ୍ତର୍ଗତ କ୍ରୀଡାବୃତ୍ତି ଲାଭ

rklsanchar@gmail.com' By J.N. Pradhan Jul 29, 2018 #Featured
207 Views

ରାଉରକେଲା, ୨୯/୭  : ରାଉରକେଲା ଇସ୍ପାତ କାରଖାନାର ସେଲ ହକି ଏକାଡେମୀର ୩ ଜଣ କ୍ୟାଡେଟ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ଦ୍ୱାରା ଖେଲୋ ଇଣ୍ଡିଆ ପ୍ରତିଭା ଚିହ୍ନଟ ବିକାଶ ଯୋଜନା ଅନ୍ତର୍ଗତ କ୍ରୀଡାବୃତ୍ତି ଲାଭ ନିମନ୍ତେ ଚୟନ ହୋଇଛନ୍ତି । ଏହି ଗୌରବ ଲାଭ କରିଥିବା କ୍ୟାଡେଟମାନେ ହେଉଛନ୍ତି ମଧ୍ୟ ଭାଗ ଖେଳାଳୀ, ଇନୋସେଣ୍ଟ ମୁଣ୍ଡ, ଫରୱାର୍ଡ ଖେଳାଳୀ ରଜତ ମିଞ୍ଜ ଓ ରକ୍ଷଣଭାଗ ଖେଳଳାଳୀ ନବୀନ କୁଜୁର ।

ଜାତୀୟ ପ୍ରଶିକ୍ଷଣ ଶିବିରରେ ସେମାନଙ୍କର ପ୍ରଦର୍ଶନ ଭିତ୍ତିରେ ସେମାନଙ୍କର ମନୋନୟନ କରାଯାଇଥିଲା । ଭାରତ ସରକାରଙ୍କର ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ଦ୍ୱାରା ଆରମ୍ଭ ହୋଇଥିବା ଯୋଜନା ଅନୁଯାୟୀ ବିଭିନ୍ନ କ୍ରୀଡାବର୍ଗର ୭୩୪ ଜଣ କ୍ରୀଡାବିତଙ୍କୁ ଏହି ଛାତ୍ରବୃତ୍ତି ପ୍ରଦାନ ନିମନ୍ତେ ମନୋନୀତ କରାଯାଇଛି । ପ୍ରତ୍ୟେକ କ୍ୟାଡେଟଙ୍କୁ ପ୍ରଦାନ କରାଯାଉଥିବା ବାର୍ଷିକ ୫ ଲକ୍ଷ ଟଙ୍କାର କ୍ରୀଡାବୃତ୍ତି ମଧ୍ୟରୁ ସମ୍ପୂର୍ଣ୍ଣ ବର୍ଷ ପାଇଁ ୧.୨୦ ଲକ୍ଷ ଟଙ୍କା ନଗଦ ବୃତ୍ତିରାଶି ପ୍ରଦାନ କରାଯିବ ।

ଏହି ଖେଳାଳୀମାନଙ୍କୁ ସର୍ବାଧିକ ୮ ବର୍ଷ ନିମନ୍ତେ ସହାୟତା ଯୋଗାଇ ଦିଆଯିବ । ଏହି ଖେଳାଳୀ ମାନେ ଖେଲୋ ଇଣ୍ଡିଆ ଅନୁବନ୍ଧିତ ଏକାଡେମୀଗୁଡିକରେ ସ୍କିଲ ଟ୍ରେନିଂ ଲାଭ କରିବେ । ସୂଚନାଯୋଗ୍ୟ ଯେ, ଇନୋସେଣ୍ଟ ମୁଣ୍ଡା ଓ ରଜତ ମିଞ୍ଜ ସେଲ ବ୍ୟାନରରେ ନୂଆଦିଲ୍ଲୀ ସ୍ଥିତ ଜାତୀୟ ହକି ଏକାଡେମୀରେ ପ୍ରଶିକ୍ଷଣ ଲାଭ କରୁଛନ୍ତି ।

Related Post