136 Views
ରାଉରକେଲା, ୨୧ା୧୦ : ମହାରତ୍ନ କମ୍ପାନୀ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ ନ୍ୟାସନାଲ ଆୱାର୍ଡ ଫର ଏକ୍ସଲେନ ଇନ୍ କଷ୍ଟ ମ୍ୟାନେଜମେଣ୍ଟରେ ପ୍ରଥମ ପୁରସ୍କାର ଲାଭ କରିଛି । ଇନ୍ଷ୍ଟିଚ୍ୟୁଟ୍ ଅଫ୍ କଷ୍ଟ ଆକାଉଣ୍ଟାନ୍ସ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରଦତ୍ତ ବୃହତ ସାର୍ବଜନୀନ ଉତ୍ପାଦନ ବର୍ଗରେ ସେଲ୍ ଏହି ପୁରସ୍କାର ଲାଭ କରିଛି । ନୂଆଦିଲ୍ଲୀ ଠାରେ ଆୟୋଜିତ ପଞ୍ଚଦଶ ଜାତୀୟ ମୂଲ୍ୟ ପ୍ରବନ୍ଧନ ଉକ୍ରର୍ଷତା ପୁରସ୍କାର ୨୦-୧୭ କାର୍ଯ୍ୟକ୍ରମରେ କେନ୍ଦ୍ର ରେଳବାଇ ମନ୍ତ୍ରୀ ପିୟୁଷ ଗୋଏଲଙ୍କ ଠାରୁ ସେଲ୍ ଅଧ୍ୟକ୍ଷ ଅନୀଲ କୁମାର ଚୌଧୁରୀ ଏହି ପୁରସ୍କାର ଗ୍ରହଣ କରିଥିଲେ ।
ସୂଚନାଯୋଗ୍ୟ ଯେ, ପ୍ରତିଦ୍ୱନ୍ଦ୍ୱିତାମୂଳକ ପରିବେଶରେ ଉତ୍ପାଦନ ଓ ବିତ୍ତୀୟ ପ୍ରଦର୍ଶନରେ ଅଧିକ ଉନ୍ନତି ଆଣିବା ନିମନ୍ତେ ସେଲ୍ ନିରନ୍ତର ଭାବେ ଶ୍ରେଷ୍ଠ ମୂଲ୍ୟ ପ୍ରବନ୍ଧନ ବ୍ୟବସ୍ଥା କାର୍ଯ୍ୟକାରୀ କରିଆସୁଛି । ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ନେଇ ଗଠିତ ବିଚାରକ ମଣ୍ଡଳୀ ପୁରସ୍କାର ବିଜେତା ଚୟନ କରିଥିଲେ ।