Sun. Apr 20th, 2025

ସେଲ୍ ଅଧ୍ୟକ୍ଷଙ୍କୁ ଆର୍ଡବ୍ଲ୍ୟୁୟୁର ଦାବିପତ୍ର ପ୍ରଦାନ

By amfnews Nov 14, 2018 #Featured
157 Views

ରାଉରକେଲା, ୧୪ା୧୧  : ସେଲ୍ ଶ୍ରମିକମାନଙ୍କ ୧୦ମ ମଜୁରୀ ଚୁକ୍ତିନାମାକୁ ୧୫ତମ ଭାରତୀୟ ଶ୍ରମ ସମ୍ମିଳନୀର ଗାଇଡ୍ ଲାଇନ୍ ଅନୁଯାୟୀ ଅବିଳମ୍ବେ ସମ୍ପନ୍ନ କରିବା, ସେଲ୍ ପେନ୍ସନ ଯୋଜନାକୁ ପ୍ରାଇସ୍ ଇଣ୍ଡେକ୍ସ ସହ ଯୁକ୍ତ କରି ତୁରନ୍ତ ଲାଗୁ କରିବା, ମାସିକ ରିୱାର୍ଡ ବୋନସ ରାଶିକୁ ବୃଦ୍ଧି କରିବା, ଆଇଜିଏଚ୍ ସ୍ୱାସ୍ଥ୍ୟ ସେବାରେ ଉନ୍ନତିକରଣ ସହ ଆଇଜିଏଚ୍କୁ ସୁପର ସ୍ପେସାଲିଟି ହସ୍ପିଟାଲ ଓ ମେଡିକାଲ କଲେଜରେ ପରିଣତ କରିବା, ଆର୍ଏସ୍ପିରେ ଖାଲିଥିବା ପଦପଦବୀକୁ ସ୍ଥାୟୀ ନିଯୁକ୍ତି ଦ୍ୱାରା ପୂରଣ କରିବା, ନୂତନ ନିଯୁକ୍ତି କ୍ଷେତ୍ରରେ ଥିବା ଟ୍ରେନିଂ ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା, ପୂର୍ବପରି ଡିପ୍ଲୋମା ଡିଗ୍ରୀଧାରୀଙ୍କୁ ଏସ୍-୬ ଓ ଆଇଟିଆଇ ଡିଗ୍ରୀଧାରୀଙ୍କୁ ଏସ୍-୩ ଗ୍ରେଡରେ ନିଯୁକ୍ତି ଦେବା, ଅନୁକମ୍ପାମୂଳକ ନିଯୁକ୍ତିରେ ଥିବା ଶ୍ରମିକ ବିରୋଧି କଠୋର ସର୍ତ୍ତାବଳୀକୁ ପ୍ରତ୍ୟାହାର କରିବା, ମିଟର ରିଡିଂ ବଦଳରେ ସବ୍ସିଡ୍ ରେଟରେ ବିଜୁଳି ଯୋଗାଇ ଦେବା, ସୁଲଭ ମୂଲ୍ୟରେ ଲିଜ୍ରେ ଅବସର କର୍ମଚାରୀଙ୍କ ପାଇଁ ଘର ଯୋଗାଇ ଦେବା, ମେଡିକ୍ଲେମ୍ ବ୍ୟବସ୍ଥାକୁ ସୁଲଭ ଏବଂ ସୁବ୍ୟବସ୍ଥିତ କରିବା, ଷ୍ଟିଲ୍ ଟାଉନସିପର କ୍ୱାର୍ଟର ମେଣ୍ଟେନାନ୍ସ ଓ ରାସ୍ତାଘାଟର ଉନ୍ନତିକରଣ କରିବା, ଠିକା ଶ୍ରମିକଙ୍କୁ ସର୍ବନିମ୍ନ ଏସ୍-୧ ଗ୍ରେଡରେ ଦରମା ପ୍ରଦାନ କରିବା ଦାବି ସମ୍ବଳିତ ଏକ ଦାବିପତ୍ର ରାଉରକେଲା ୱାର୍କର୍ସ ୟୁନିୟନ ତରଫରୁ ରାଉରକେଲା ଗସ୍ତରେ ଆସିଥିବା ସେଲ୍ ଅଧ୍ୟକ୍ଷ ଅନୀଲ କୁମାର ଚୌଧୁରୀଙ୍କୁ ପ୍ରାଦନ କରାଯାଇଛି ।

ୟୁନିୟନ ସାଧାରଣ ସମ୍ପାଦକ ସତ୍ୟପ୍ରିୟ ମହାନ୍ତି ଓ ସହସାଧାରଣ ସମ୍ପାଦକ ଅଜିତ ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଶଙ୍କର ପାତ୍ର, ଦିବାକର ପାଣିଗ୍ରାହୀ, ଧୋବେଇ ବେହେରା, ଶ୍ରୀନିବାସ ସେଠୀ, ସୁବାଷ ଦଣ୍ଟପାଟ, ଶେଖ ଇସଲାମ, ଗଣେଶ ବେହେରା, ବିରେନ ନାୟକ, ଆଲୋକ ବେହେରା ପ୍ରମୁଖ ଅଧ୍ୟକ୍ଷ ଶ୍ରୀ ଚୌଧୁରୀଙ୍କୁ ସାକ୍ଷାତ କରି ଉପରୋକ୍ତ ଦାବି ଉପରେ ଆଲୋଚନା କରି ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ।

By amfnews

Related Post