Tue. Jan 21st, 2025

ସେରେନା ଅମ୍ପାୟାରଙ୍କୁ କହିଥିଲେ ଚୋର, ଏବେ ଦେବାକୁ ପଡ଼ିବ ୧୨ ଲକ୍ଷ ଟଙ୍କା ଜରିମାନା

By amfnews Sep 11, 2018 #Featured
226 Views

ନ୍ୟୁୟର୍କ, ସେପ୍ଟେମ୍ବର ୧୧ : ଟେନିସ ଷ୍ଟାର ସେରେନା ୱିଲିୟମସ ଟେନିସ ନିୟମ ଉଲଂଘନ କରିବା ଅଭିଯୋଗରେ ୧୭,୦୦୦ ଡଲାର (ପାଖାପାଖି ୧୨.୫ଲକ୍ଷ ଟଙ୍କା) ଜରିମାନା ଦେବେ । ୱିଲିୟମସଙ୍କ ଉପରେ ‘ଆମେରିକା ଓପନ’ର ଆୟୋଜକ ଅଭିଯୋଗ ଆଣିଛି । ଆମେରିକା ଓପନ ଫାଇନାଲରେ ସେରେନା ଓ ମ୍ୟାଚ ଅମ୍ପାୟାରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

ସେରେନାଙ୍କୁ ଫାଇନାଲରେ ଜାପାନର ୨୦ ବର୍ଷୀୟ ଖେଳାଳି ନାଓମୀ ଓସାକା ୬-୨, ୬-୪ରେ ହରାଇଥିଲେ । ସେରେନାଙ୍କ ଉପରେ ଫାଇନାଲ ମ୍ୟାଚର ଦ୍ୱିତୀୟ ସେଟରେ ନିଜର କୋଚଙ୍କ ଠାରୁ ଇସାର ମାଧ୍ୟମରେ ସାହାଯ୍ୟ ନେବାରୁ ମ୍ୟାଚ ଅମ୍ପାୟାର ପର୍ତ୍ତୁଗାଲର କାର୍ଲୋସ ରାମୋସ ଅଙ୍କ ଦଣ୍ଡ ଲଗାଇଥିଲେ।

ଏତଦ ବ୍ୟତୀତ ସେରେନା ଉତ୍ତେଜିତ ହୋଇ ରେକେଟ ଫିଙ୍ଗି ଦେବା ଓ ଅମ୍ପାୟାରଙ୍କୁ ଅପଶବ୍ଦ କହିବା ମଧ୍ୟ ଅଭିଯୋଗ ହୋଇଛି । ସେ ଅମ୍ପାୟାର କାର୍ଲୋସଙ୍କୁ ଚୋର କହିଥିଲେ । ସେରାନାଙ୍କ ଉପରେ ଏହି ଜରିମାନା ରବିବାର ଲଗାଯାଇଛି ।

ସେରେନା ମ୍ୟାଚ ପରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପୁରୁଷ ଖେଳାଳିମାନେ ଅମ୍ପାୟାରଙ୍କୁ ବହୁତ କିଛି କହିଥିବା ଶୁଣିଛନ୍ତି । କିନ୍ତୁ ଅମ୍ପାୟାରଙ୍କ ବ୍ୟବହାର ଯୋଗୁଁ କେବେ କୌଣସି ଦଣ୍ଡ ମିଳି ନାହିଁ । ସେରୋନ ଅମ୍ପାୟାର କାର୍ଲୋସଙ୍କୁ ଲିଙ୍ଗିକବାଦ ବୋଲି କହିଛନ୍ତି । ଆମେରିକୀୟ ଓପନ ଫାଇନାଲରେ ପାଇଁ ସେରେନାଙ୍କୁ ୧୮.୫ ଲକ୍ଷ ଡଲାର ରାଶି ମିଳିଛି । ଜରିମାନା ରାଶି ଏଥିରୁ ମିଳିବ ।

By amfnews

Related Post