154 Views
ସେମିଲିଗୁଡା ଥାନା ବଡ଼ଚାରି ଚାଷଜମି କୂଅରୁ ଯୁବତୀଙ୍କ ସବ ଉଦ୍ଧାର ଘଟଣା ରେ ସେମିଲିଗୁଡା ପୋଲିସକୁ ସଫଳତା | ହତ୍ୟାକାଣ୍ଡର ପର୍ଦାଫାଶ କରିଛି ପୋଲିସ | ବିବାହ ପ୍ରଲୋଭନ ପରେ ଯୁବତୀଙ୍କୁ ହତ୍ୟା କରାଯାଇ କୂଅରେ ଫିଙ୍ଗାଯାଇଥିବା ପୋଲିସ ସୂଚନା ଦେଇଛି | ଏହି ହତ୍ୟା ମାମଲାରେ ପୋଲିସ ସେହି ଗାଁର ଜଣେ ଯୁବକଙ୍କୁ ଗିରଫ କରିଛି | ଗିରଫ ଯୁବକ ହେଲେ ଏମ ରୋଶନ ମୂଥାଇ (୨୦)| ରୋଶନ ଯୁବତୀଙ୍କୁ କୂଅରେ ଠେଲିଦେଇ ହତ୍ୟା କରିଥିବା ପୋଲିସ ନିକଟରେ ସ୍ୱୀକାର କରିଛି |
ସୁନାବେଡା ଏସ.ଡି.ପି.ଓ. ନିରଞ୍ଜନ ବେହେରା ଏନେଇ ଗଣମାଧ୍ୟମଙ୍କୁ କହିଛନ୍ତି ଯେ, ରୋଶନ ବିବାହ ପ୍ରଲୋଭନ ଦେଖାଇ ଗତ ଦୁଇ ବର୍ଷ ହେଲା ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଆସିଥିଲା | ଘଟଣା ଦିନ ଉଭୟ ଗାଁ ନିକଟ ଚାଷ ଜମିକୁ ଯାଇଥିଲେ | ଯୁବତୀ ଜଣଙ୍କ ରୋଶନଙ୍କ ବିବାହ କରିବା ପାଇଁ ବାଧ୍ୟ କରିଥିଲେ | ବିବାହ ନକଲେ ପୋଲିସ କୁ କହିବେ ବୋଲି ଧମକ ଦେଇଥିଲେ | ଯୁବତୀଙ୍କୁ ଫିଡ୍ସ ରୋଗ ଥିବାରୁ ରୋଶନ ତାଙ୍କୁ ବିବାହ କରିବାକୁ ଚାହୁଁ ନଥିଲା | ତେବେ କଥା ହବ ବହନ କରି ରୋଶନ ଯୁବତୀଙ୍କୁ କୂଅ ନିକଟକୁ ଡାକି ନେଇଥିଲେ |
ସେଠାରେ ଯୁବତୀଙ୍କ ସହ ଯୁକ୍ତିତର୍କ ହେବାପରେ ରୋଶନ ଯୁବତୀଙ୍କୁ କୁଆଁକୁ ଠେଲି ଦେଇ ଘରକୁ ଫେରି ଆସିଥିଲା ବୋଲି ପୋଲିସ ପାଖରେ ସ୍ୱୀକାର କରିଛି | ସୂଚନାଅନୁଯାଇ, ଯୁବତୀଙ୍କ ବାପା କେହି ହତ୍ୟାକାରୀ କୂଅରେ ଫିଙ୍ଗିଦେଇଥିବା ସେମିଳୁଗୁଡା ଥାନାରେ ଅଭିଯୋଗ କରିଥିଲେ | ଏନେଇ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ କରିଥିଲେ | ପୋଲିସ ୩ଜଣଂକୁ ଅଟକ ରଖି ପଚରାଉଚୁରା ପରେ ଗୁରୁବାର ଛାଡିଦେଇଥିଲେ | ଯୁବତୀଙ୍କ ବ୍ୟବଛେଦ ରିପୋର୍ଟ ଆସିଲା ପରେ ଅଧିକ ତଥ୍ୟ ମିଳିବ ବୋଲି ଏସ.ଡି.ପି.ଓ. ନିରଞ୍ଜନ ବେହେରା କହିଛନ୍ତି |
କୋରାପୁଟ ଏସ.ପି ଙ୍କ ତତ୍ଵଧାନରେ ସୁନାବେଡା ଏସ.ଡି.ପି.ଓ. ନିରଞ୍ଜନ ବେହେରା, ଆଇଆଇସି ମମତା ପାଣିଗ୍ରାହୀ, ସେମିଲିଗୁଡା ଆଇଆଇସି ସମ୍ବିତ ବେହେରା, କୋରାପୁଟ ସଦର ଆଇଆଇସି ସନ୍ତୋଷିନୀ ଓରାମଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା | ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି |