Tue. Nov 26th, 2024

ସେପ୍ଟେମ୍ୱର ଶେଷ ସୁଦ୍ଧା ଭାରତକୁ ମିଳିବ ସ୍ୱିସ୍ ବ୍ୟାଙ୍କ୍ ଜମାକାରୀଙ୍କ ସୂଚନା!

By amfnews Jul 10, 2019 #Featured
83 Views

ନୂଆଦିଲ୍ଲୀ  : କଳା ଟଙ୍କା ଉପରେ ମୋଦି ସରକାର ନେଇଥିବା ପଦକ୍ଷେପ ଏବେ ଆହୁରି ପ୍ରଭାବୀ ହୋଇଛି। ସ୍ୱିଜରଲ୍ୟାଣ୍ଡର ସ୍ୱିସ୍ ବ୍ୟାଙ୍କରେ ଥିବା ଭାରତୀୟଙ୍କ ଆକାଉଣ୍ଟ ବାବଦରେ ସ୍ୱିଜରଲ୍ୟାଣ୍ଡ ସରକାର ଭାରତ ସରକାରଙ୍କୁ ସମସ୍ତ ସୂଚନା ଦେବେ। ସେପ୍ଟେମ୍ୱର ସୁଦ୍ଧା ସମସ୍ତ ତଥ୍ୟ ଦେବେ ବୋଲି ସୂଚନା ରହିଛି। ଏଥିପାଇଁ ସ୍ୱିଜରଲ୍ୟାଣ୍ଡ ସଂସଦରେ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି।

ସ୍ୱିଜରଲ୍ୟାଣ୍ଡ ସରକାରଙ୍କ ଏହି ନିଷ୍ପତ୍ତି ପରେ ଦେଶର ଫରେନ୍ ଟ୍ୟାକ୍ସେସନ ଆଣ୍ଡ ଟ୍ୟାକ୍ସ ରିସର୍ଚ୍ଚ ଅଧିକାରୀ କହିଛନ୍ତି ସରକାର ଏଥିପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସ୍ୱିସ ଆକାଉଣ୍ଟଧାରୀଙ୍କ ସମସ୍ତ ତଥ୍ୟ ଆସିବା ପରେ ଦେଶକୁ ସେହି ଆକାଉଣ୍ଟଧାରୀ ମାନେ କେତେ ଟଙ୍କା ଟ୍ୟାକ୍ସ ଦେଉଛନ୍ତି ସରକାର ଦେଖିବେ। ଏହାପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଗତବର୍ଷ ସ୍ୱିଜରଲ୍ୟାଣ୍ଡ ସରକାରଙ୍କ ସହ ଏକ ଚୁକ୍ତି ସ୍ୱାକ୍ଷରିତ କରିଥିଲା। ଦୁଇ ଦେଶ ମଧ୍ୟରେ ଚୁକ୍ତି ଅନୁଯାୟୀ ସମସ୍ତ ସୂଚନାର ଆଦାନ ପ୍ରଦାନ ହୋଇପାରିବ। ଖାଲି ଭାରତ ନୁହେଁ ୭୩ଟି ଦେଶ ସହ ସ୍ୱିଜରଲ୍ୟାଣ୍ଡ ଏହି ଚୁକ୍ତି କରିଛି। ୨୦୧୪ରେ ମୋଦି ପ୍ରଧାନମନ୍ତ୍ରୀ ଭାବରେ ପ୍ରାର୍ଥୀ ଘୋଷଣା ହେବା ପରେ ସ୍ୱିଜରଲ୍ୟାଣ୍ଡରୁ କଳା ଟଙ୍କା ଆଣିବେ ବୋଲି ନିର୍ବାଚନୀ ପ୍ରତିଶୃତି ଦେଇଥିଲେ।

By amfnews

Related Post