Sun. Mar 8th, 2026

ସେପ୍ଟେମ୍ବର ୨୫ରୁ ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା: ପ୍ରଧାନମନ୍ତ୍ରୀ ମୋଦି

1,160 Views

ନୂଆଦିଲ୍ଲୀ: ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମଦିବସ ସେପ୍ଟେମ୍ବର ୨୫ ତାରିଖରୁ ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା। ଆଜି ୭୨ତମ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ଲାଲ୍‌ କିଲ୍ଲା ପ୍ରାଚୀରରୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଭାରତ ସରକାରଙ୍କର ଏହି ଯୋଜନା ୫୦ କୋଟି ଭାରତୀୟଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି।

ବିଶ୍ୱ ପରିକ୍ରମା କରିଥିବା ମହିଳା ନେଭି ଟିମ୍‌ ଓ ଏଭରେଷ୍ଟ୍‍ ଶୃଙ୍ଗ ଆରୋହଣ କରିଥିବା ଜନଜାତି ପିଲାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଛନ୍ତି।
ସମଗ୍ର ବିଶ୍ୱ ଭାରତକୁ ୬ଷ୍ଠ ବୃହତ୍‌ ଅର୍ଥନୀତି କହୁଥିବା ବେଳେ ଆମେ ସ୍ୱାଧୀନତା ଦିବସ ପାଳନ କରୁଛନ୍ତି। ଆଜି ଦେଶରେ ଆତ୍ମ-ବିଶ୍ୱାସ ଭରପୂର। ସ୍ୱପ୍ନ ଓ କଠିନ ପରିଶ୍ରମ ଦ୍ୱାରା ଦେଶ ଉଚ୍ଚ ସୋପାନକୁ ଉଠି ପାରୁଛି। ଆଜିର ସୂର୍ଯ୍ୟ ନୂତନ ଉଚ୍ଛ୍ୱାସରେ ନୂତନ ଚେତନା ଆଣିଛି। ସୁବ୍ରମଣିଆନ୍‌ ଭାରତୀଙ୍କ କଥା ସ୍ମରଣ କରି ମୋଦି କହିଛନ୍ତି: ଭାରତ ବିଶ୍ୱର ଆଶାର ଆଲୋକ ହେବ।

ଭାରତୀର ସଶସ୍ତ୍ର ବଳ, ପାରାମିଲିଟାରି ଏବଂ ପୁଲିସବାଲାଙ୍କ ନିଃସ୍ୱାର୍ଥ ସେବାକୁ ପ୍ରଶଂସା କରିଛନ୍ତି। ସଂସଦର ମୌସୁମୀ ଅଧିବେଶନ ସୁରୁଖୁରୁରେ ଚାଲିଥିବା କଥା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଆମ ସମ୍ବିଧାନ ସମାଜର ସବୁ ବର୍ଗର କଲ୍ୟାଣ ନିମନ୍ତେ ଏକ ମାର୍ଗଦର୍ଶୀକା।
ଦେଶର ଅନେକ ଭାଗରେ ଭଲ ମୌସୁମୀ ବର୍ଷା ହୋଇଥିଲେ ବି କେତେକ ଅଞ୍ଚଳରେ ବନ୍ୟା ପ୍ରାଦୁର୍ଭାବ ଦେଖା ଦେଇଥିବା କଥା ସେ କହିଛନ୍ତି। ବନ୍ୟା ଯୋଗୁଁ ପ୍ରାଣ ହରାଇଥିବା ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ଜାଲିଆନାଓ୍ଵାଲା ବାଗ ନରସଂହାରର ୧୦୦ ବର୍ଷ ଚାଲିଥିବା କଥା ଦେଶବାସୀଙ୍କୁ ସ୍ମରଣ କରାଇ ଦେଇଥିଲେ ମୋଦି।

ସରକାରଙ୍କ ଦ୍ୱାରା ପ୍ରବର୍ତ୍ତନ କରାଯାଇଥିବା କୃଷି ସଂସ୍କାର କଥା ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଭାରତ ଅନ୍ୟକୁ ଦିଗ୍‌ଦର୍ଶନ କରାଇ ପାରିବ ବୋଲି ବିଶ୍ୱ ବିଶ୍ୱାସ କରୁଛି। କେତେକ ବିଶ୍ୱସ୍ତରୀୟ ସଙ୍ଗଠନରେ ଭାରତ ନିଜ ସ୍ଥାନ ହାସଲ କରି ପାରିଛି। ଏବେ ଭାରତୀୟ ପାସ୍‌ପୋର୍ଟ ସମ୍ମାନଭାଜନ ହୋଇ ପାରିଛି।

କ୍ରୀଡ଼ା ଓ ଉଦ୍ୟୋଗରେ କୃତ୍ୱିତ୍ୱ ହାସଲ କରିଥିବାରୁ ଉତ୍ତର ପୂର୍ବ ରାଜ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଭାରତୀୟ ଅର୍ଥନୀତିର ଦ୍ରୁତ ଅଭିବୃଦ୍ଧି ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ଧ୍ୟାନ ଆକର୍ଷଣ କରିଛନ୍ତି।ବୈଜ୍ଞାନିକମାନେ ଭାରତକୁ ଗୌରବାନ୍ଵିତ କରିଛନ୍ତି। ୨୦୨୨ କିଂବା ତା’ ପୂର୍ବରୁ ଭାରତ ମହାକାଶକୁ ମାନବ ପଠାଇବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।୨୦୨୨ ସୁଦ୍ଧା ସମସ୍ତ ଭାରତୀୟଙ୍କୁ ବାସଗୃହ ଯୋଗାଇ ଦିଆଯିବ ବୋଲି ମଧ୍ୟ ସେ ଘୋଷଣା କରିଛନ୍ତି।ସ୍ୱଚ୍ଛ ଭାରତ ଅଭିଯାନ ୨ ଲକ୍ଷ ପିଲାଙ୍କ ଜୀବନ ରକ୍ଷା ହୋଇ ପାରିଛି। ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ୧୦ କୋଟି ପରିବାରର ଉପକାର କରିବ।

By amfnews

Related Post