262 Views
ରାଉରକେଲା, ଡିସେମ୍ବର ୦୫ : ରାଉରକେଲା ଜିଲା କଂଗ୍ରେସ ସଭାପତି ରବି ରାୟ ସେକ୍ଟର-୧୯ ସ୍ଥିତ ବସ୍ତି ପରିଦର୍ଶନରେ ଯାଇ ବସ୍ତିବାସିନ୍ଦାଙ୍କ ଠାରୁ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ବସ୍ତିର ସମସ୍ୟା ମଧ୍ୟରେ ଗମନା-ଗମନ, ପାନୀୟ ଜଳ, ପରିମଳ ଓ ବିଜୁଳି ଆଦି ମୌଳିକ ସୁବିଧା ସୁଯୋଗରୁ ବାସିନ୍ଦାମାନେ ବଞ୍ôଚତ ହେଉଥିବା ସମ୍ପର୍କରେ ଅବଗତ ହୋଇଥିଲେ । ଶ୍ରୀ ରାୟ ଏ ନେଇ ରାଉରକେଲା ପ୍ରଶାସନ ନିକଟରେ ଉପସ୍ଥାପନ କରିବେ ବୋଲି ବସ୍ତିବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ପରିଦର୍ଶନରେ ଜିଲା ସଭାପତିଙ୍କ ସମେତ ବ୍ଲକ୍ ସଭାପତି ଧୁସା ନାଏକ, ରମେଶ ଗୁପ୍ତା, ଡେଭିଡ ରାଓ, ବାସୁ ବାନାର୍ଜୀ, ଲତା ନାଏକ, ରଜନୀ ଡାକୁଆ, ଶାନ୍ତି ସାହୁ, ଆରତୀ ବେହେରା, ଫେରସିଲୁଇଆ ମିଞ୍ଜ ସାମିଲ୍ ଥିଲେ ।