Tue. Apr 29th, 2025

ସେକ୍ଟର-୧୮ ଦୁର୍ଗାପୂଜା ପାଇଁ ସାଧାରଣ ବୈଠକ ଓ କର୍ମକର୍ତ୍ତା ଚୟନ

By amfnews Sep 1, 2018 #Featured
238 Views

ରାଉରକେଲା, ୧ ।୯ : ସେକ୍ଟର-୧୮ ସାର୍ବଜନୀନ ମା’ ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳୀ ପୂଜାକୁ ସରସ ସୁନ୍ଦର ଭାବେ ପାଳନ ପାଇଁ ଏକ ବୈଠକ ଶ୍ରୀଶ୍ରୀ ଚନ୍ଦ୍ରଶେକର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନାଗରିକ ବଂଶୀଧର ପଢିହାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଗତ ୨୦୧୭ ବର୍ଷର ଆୟବ୍ୟୟ ବିବରଣୀ ସହ ଏହାକୁ ଗ୍ରହଣ କରାଯାଇଥିଲା । ଏଥିସହ ଆଗାମୀ ୨୦୧୮ ବର୍ଷର ଶାରଦୀୟ ପୂଜା ପାଳନ ପାଇଁ ଉପସ୍ଥିତ ନାଗରିକ ଓ ବାସିନ୍ଦାମାନଙ୍କ ସୃଜନାତ୍ମକ ପ୍ରସ୍ତାବମାନ ପାରିତ ହୋଇଥିଲା ।

ଚଳିତ ବର୍ଷ ପାଇଁ ଉପଦେଷ୍ଟା ମଣ୍ଡଳୀରେ ପ୍ରଶାନ୍ତ କୁମାର ବେହେରା, ସୁବାଷ ଚନ୍ଦ୍ର ମହାନ୍ତି, ପ୍ରଦୀପ୍ତ ଦାସ, ବଂଶୀଧର ପଢିହାରୀ, ଅସୀତ ଦାସ, ସରୋଜ କୁମାର ଲେଙ୍କା, କୈଳାସ ଚନ୍ଦ୍ର ସୁବୁଦ୍ଧି, କେ.ସି. ମହାଲି, ପ୍ରିୟବ୍ରତ ବାରିକ, ହଟକିଶୋର ବ୍ରହ୍ମା, ରଘୁନାଥ ନନ୍ଦ, ଟୁନା ମହାନ୍ତି, ରଘୁନାଥ ପ୍ରଧାନ, ରାଜା ରାଏ, ରାଜକିଶୋର ଦାଶ, ସୁଶୀଲଜେନା ରହିଛନ୍ତି । ସେହିଭଳି ପୂଜା କମିଟି୨-୧୮ର ସଭାପତି ଭାବେ ତୁଷାର ରଞ୍ଜନ ସାହୁ, ଉପସଭାପତି ମଣ୍ଡଳୀରେ ବି.କେ. ଖୁଣ୍ଟିଆ, ଡି.ଏନ୍. ସେଠୀ, ପି.ଏମ୍. ବେଣୁଗୋପାଳ, ଯୋଜନାଯଦୁ ସାହୁ, କେଶବ ସାହୁ, ପ୍ରଦୀପ କୁମାର ମହାନ୍ତି ରହିଛନ୍ତି ।

ଅନୁରୂପ ଭାବେ ସାଧାରଣ ସମ୍ପାଦକ ଭାବେ ନିହାର ରଞ୍ଜନ ସାମଲ, କୋଷାଧ୍ୟକ୍ଷ ଭାବେ ଜନ୍ନ ନାରାୟଣ ଧଳ, ସମ୍ପାଦକ ମଣ୍ଡଳୀରେ ପଦ୍ମନାଭ ପରିଡା, ଯଶପାଲ ସିଂହ, ସୌମ୍ୟ ମଲ୍ଲିକ, ସନ୍ତୋଷ ରାଉତ, ସୁଦର୍ଶନ ସ୍ୱାଇଁ, ଅବିନାଶ ମିଶ୍ର, ଅଙ୍କିତ ମହାନ୍ତି, ପ୍ରୀତିରଞ୍ଜନ ସ୍ୱାଇଁ, ନରେଶ ପତି, ପୁରୁଷୋତ୍ତମ ନନ୍ଦ, ଜୟ କୁମାର ସାହୁ, ଯୁଗ୍ମ ସମ୍ପାଦକ ମଣ୍ଡଳୀରେ ସନ୍ଦୀପ ଦାଣ୍ଡିଆ, ରୋହିତ ଛତର, ସୁବ୍ରତ ନାୟକ, ଲାଖୋ ଲାକ୍ରା, ରଜନ ଛତର, ହିସାବ ନିରୀକ୍ଷକ ଭାବେ ପ୍ରଦୀପ କୁମାର ସାମଲ ରହିଥିବା ବେଳେ ସୌମ୍ୟ ମଲ୍ଲିକ ଧନ୍ୟବାଦ ଦେଇଥିଲେ ।

By amfnews

Related Post