ଭୁବନେଶ୍ବର: ଆଜି ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ଡାକ୍ତରଖାନାରୁ ଡିସ୍ଚାର୍ଜ ହୋଇଥିବା ଜଣାଯାଇଛି। ତାଙ୍କର ସ୍ବାବ୍ ନମୁନା ରିପୋର୍ଟ ନେଗେଟିଭ୍ ଆସିବା ପରେ ପ୍ରଥମ କରୋନା ଆକ୍ରାନ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ଡସ୍ଚାର୍ଜ କରାଯାଇଛି। ଏ ନେଇ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। କ୍ୟାପିଟାଲ୍ ହସ୍ପିଟାଲର ମେଡିକାଲ୍ ଟିମକୁ ମଧ୍ୟ ଅଭିନନ୍ଦନ ଜଣାଇଛି ବିଭାଗ।
The first COVID-19 positive case, belonging to Bhubaneswar who is being treated at Capital hospital has recovered and tested negative for COVID-19. He is being discharged. Active COVID-19 cases in Odisha now stand at 3. Congratulations to the medical team at Capital Hospital.
ପ୍ରଥମ ଆକ୍ରାନ୍ତ ଜଣକ ଇଟାଲିରୁ ଦିଲ୍ଲୀ ଫେରିଥିଲେ। ଏହାପରେ ଟ୍ରେନ୍ରେ ଦିଲ୍ଲୀରୁ ଭୁବନେଶ୍ବର ଆସିଥିଲେ। ତାଙ୍କର ଥଣ୍ଡା, ଜ୍ବର ହେବାରୁ ଏକ ଘରୋଇ କ୍ଲିନିକ୍ରେ ଚିକିତ୍ସା କରାଇଥିଲେ। ମାତ୍ର ଦେହ ଭଲ ନ ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲେ। ହସ୍ପିଟାଲରେ ତାଙ୍କୁ ଆଇସୋଲେସନ୍ ୱାର୍ଡରେ ରଖାଯାଇଥିଲା। ମାର୍ଚ୍ଚ ୧୬ ତାରିଖରେ ତାଙ୍କ ସ୍ବାବ୍ ନମୁନା ପରୀକ୍ଷାରୁ ସେ କରୋନା ପଜିଟିଭ୍ ଥିବା ଜଣାପଡ଼ିଥିଲା। ଯୁବକଜଣକ ଟ୍ରେନ୍ରେ ୭୬ଜଣ ଲୋକ ଓ ବାହାରେ ୫୩ଜଣ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଥିଲା । କରୋନା ପଜିଟିଭ୍ ଚିହ୍ନଟ ହେବା ସଂପୃକ୍ତ ଯୁବକଙ୍କ ପିତା ଓ ତାଙ୍କ ଘରୋଇ ସହାୟକଙ୍କୁ କ୍ୟାପିଟାଲ ହସ୍ପିଟାଲର ଆଇସୋଲେସନ୍ ୱାର୍ଡରେ ଭର୍ତି କରାଯାଇଥିଲା। ସେମାନେ କରୋନା ଆକ୍ରାନ୍ତ ହୋଇ ନ ଥିବା ନମୁନା ପରୀକ୍ଷାରୁ ଜଣାପଡ଼ିଥିଲା।