Sat. May 17th, 2025

ସୁରତ ଦୁଷ୍କର୍ମ ମାମଲା, ଆଶାରାମଙ୍କ ଜାମିନ୍ ଆବେଦନ ଖାରଜ

By amfnews Jul 15, 2019 #Featured
314 Views

ନୂଆଦିଲ୍ଲୀ  :   ଯୌନ କେଳେଙ୍କାରୀ ଅଭିଯୋଗରେ ଜେଲରେ ଥିବା ଆଶାରାମ ବାପୁଙ୍କ ଜାମିନ୍ ଆବେଦନ ପୁଣି ଥରେ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ଗୁଜରାଟ ସୁରତର ଦୁଷ୍କର୍ମ ମାମଲାରେ ଆଶାରାମ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ। ଗୁଜରାଟ ସରକାର ନିଜ ପକ୍ଷ ରଖି ସୁପ୍ରିମକୋର୍ଟରେ କହିଥିଲେ ଆଶାରାମଙ୍କ ବିରୋଧରେ ଥିବା ଏହି ଦୁଷ୍କର୍ମ ମାମଲାରେ ଆହୁରି ୧୦ ଜଣଙ୍କ ବୟାନ ରେକର୍ଡ ହୋଇନାହିଁ। ଏହାପରେ ମାମଲା ଶୀଘ୍ର ଶେଷ କରିବାକୁ ତଳ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ଏବେ ଜେଲରେ ଆଜୀବନ ସଜା କାଟୁଛନ୍ତି ଆଶାରାମ ବାପୁ। ୨୬ ମାର୍ଚ୍ଚ ୨୦୧୯ରେ ଆଜୀବନ ସଜା ରାୟ ବିରୋଧରେ ରୋକ୍ ଲଗାଇବା ପାଇଁ ହାଇକୋର୍ଟରେ ଆଶାରାମ୍ ଆବେଦନ କରିଥିଲେ। ହେଲେ ଏହାର ଶୁଣାଣି ପାଇଁ ହାଇକୋର୍ଟ ମନା କରି ଦେଇଥିଲେ।

ସୂଚନାଯୋଗ୍ୟ, ଆଶାରାମଙ୍କ ନାଁରେ ହତ୍ୟା ଓ ଯୌନ ନିର୍ଯାତନା ଭଳି ମାମଲା ରହିଥିବାରୁ ସେ ଜେଲରେ ରହିଛନ୍ତି। ରାଜସ୍ଥାନ ଯୋଧପୁର ସ୍ଥିତ ତାଙ୍କ ଆଶ୍ରମରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ୨୦୧୩ରେ ଯୋଧପୁର କୋର୍ଟ ଆଶାରାମଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।

By amfnews

Related Post