Thu. Dec 26th, 2024

ସୁରକ୍ଷା କାରଣରୁ ବେଙ୍ଗାଲୁରରେ ହେବ ନାହିଁ ଭାରତ- ଅଷ୍ଟ୍ରେଲିଆ ପ୍ରଥମ ଟି-୨୦

By amfnews Feb 2, 2019 #Featured
192 Views

ବେଙ୍ଗାଲୁର: ଚଳିତ ମାସ ୨୪ ତାରିଖରେ ବେଙ୍ଗାଲୁର ଠାରେ ହେବାକୁ ଥିବା ଭାରତ- ଅଷ୍ଟ୍ରେଲିଆ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌କୁ ସୁୁରକ୍ଷା ଦୃଷ୍ଟିକୋଣରୁ ଘୁଞ୍ଚାଇ ଦିଆଯାଇଛି।ତେଣୁ ପ୍ରଥମ ଟି-୨-୦ ମ୍ୟାଚ୍‌ ବେଙ୍ଗାଲୁର ବଦଳରେ ବିଶାଖାପାଟଣା ଠାରେ ହେବ ଏବଂ ୨୭ ତାରିଖରେ ବିଶାଖାପାଟଣାରେ ହେବାକୁ ଥିବା ଦ୍ୱିତୀୟ ଟି -୨୦ ମ୍ୟାଚ୍‌ ବେଙ୍ଗାଲୁରରେ ହେବ ବୋଲି ବୋଲି ସ୍ଥିର ହୋଇଛି। ସେହି ସମୟରେ ବେଙ୍ଗାଲୁର ଠାରେ ଆର୍ନ୍ତଜାତିକ ଏରୋ ଇଣ୍ଡିଆ ସୋ ଅନୁଷ୍ଠିତ ହେବ ଓ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବହୁ ଭିଆଇପି ଯୋଗ ଦେଉଥିବାରୁ ବେଙ୍ଗାଲୁର ପୁଲିସ କମିସନର ଖେଳାଳିମାନଙ୍କ ସୁରକ୍ଷା ବ୍ୟବସ୍ଥା କରିବା ନେଇ ଅସୁବିଧିା ଥିବା ଦର୍ଶାଇବାରୁ ଏହି ପରିବର୍ତ୍ତନ କରାଯାଇଛି। କର୍ଣ୍ଣାଟକ କ୍ରିକେଟ ଆସୋସିଏସନ୍‌ ଏହି ଟି-ଟେ୍ଵଣ୍ଟି ମ୍ୟାଚ୍‌ ଆନ୍ଧ୍ର କିକେଟ ଆସୋସିିଏସନ ସହିତ ସ୍ଵାପିଂ କରିବାକୁ ଚାହିଁବାରୁ ଓ ଉଭୟ କ୍ରିକେଟ ଆସୋସିଏସନ୍‌ ଏଥିରେ ସହମତି ପ୍ରକାଶ କରିବାରୁ ଶେଷରେ ବିସିସିଆଇ ଏହି ଅନୁମତି ଦେଇଛି।
ସୂଚନାଯୋଗ୍ୟ ଯେ ଅଷ୍ଟ୍ରେଲିଆ ଦଳ ବିଶ୍ୱକପ୍‌ ପୂର୍ବରୁ ଭାରତ ଗସ୍ତରେ ଆସି ୨ଟି ଟି -ଟେ୍ଵଣ୍ଟି ଓ ୫ଟି ଏକ ଦିବସୀୟ ମ୍ୟାଚ୍‌ ଖେଳିବ ବୋଲି ଗସ୍ତ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି।

By amfnews

Related Post