Wed. Jan 15th, 2025

ସୁରକ୍ଷା ଆମର ପ୍ରଥମ ଓ ସର୍ବୋଚ୍ଚ ପ୍ରାଥମିକତା – ସେଲ୍ ଅଧ୍ୟକ୍ଷ

By amfnews Oct 16, 2018 #Featured
117 Views

ରାଉରକେଲା, ୧୫ା୧୦ : ସୁରକ୍ଷା ଆମର ପ୍ରଥମ ଓ ସର୍ବୋଚ୍ଚ ପ୍ରାଥମିକତା ଏବଂ ଏଥିରେ କୌଣସି ପରିସ୍ଥିତିରେ ସାଲିସ୍ କରାଯାଇପାରିବ ନାହିଁ ବୋଲି ସେଲ୍ ଅଧ୍ୟକ୍ଷ ଅନୀଲ ଚୌଧୁରୀ ବୋକାରୋ ଇସ୍ପାତ କାରଖାନା ପରିଦର୍ଶନ ବେଳେ କର୍ମଚାରୀଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି । ଶ୍ରୀ ଚୌଧୁରୀ କହିଲେ ଯେ, ଆମକୁ ଆମର ବ୍ୟବହାର ଓ ବିଚାର ସହ କାର୍ଯ୍ୟ କରି ପ୍ରତ୍ୟେକ ପ୍ରକ୍ରିୟାରେ ସୁରକ୍ଷାର ନବୀନତମ ଓ ଉଚ୍ଚ ମାନଦଣ୍ଡକୁ ବ୍ୟବହାର କରିବାକୁ ହେବ । ଆମକୁ ନିଜର ତଥା ଅନ୍ୟମାନଙ୍କ ସୁରକ୍ଷା ସମ୍ପର୍କରେ ମଧ୍ୟ ଧ୍ୟାନ ଦେବାକୁ ହେବ, ଯେମିତି କି ଅନ୍ୟମାନେ ମଧ୍ୟ ସୁରକ୍ଷାର ସମସ୍ତ ମାନଦଣ୍ଡ ପାଳନ କରିବେ ।

କାରଖାନା ମଧ୍ୟରେ ଏକ ସୁରକ୍ଷିତ ବାତାବରଣ ସୃଷ୍ଟି ଦିଗରେ ଆମକୁ ସର୍ବୋଚ୍ଚ ପ୍ରୟାସ କରିବାକୁ ହେବ ତଥା ଏହାକୁ କର୍ମ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ କରିବାକୁ ହେବ । ପୂର୍ବରୁ କାର୍ଯ୍ୟକ୍ରମ ପ୍ରାରମ୍ଭରେ ନିକଟରେ ଭିଲାଇ ଇସ୍ପାତ କାରଖାନା ଘଟିଯାଇଥିବା ଦୁଃଖଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ସ୍ମୃତିରେ ୨ ମିନିଟ୍ ମୌନ ରଖି ସେମାନଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ସେଲ୍ର ପ୍ରକଳ୍ପ ଓ ବ୍ୟବସାୟିକ ଯୋଜନା ବିଭାଗ ନିର୍ଦ୍ଦେଶକ ଜି. ବିଶ୍ୱକର୍ମା, କାର୍ମିକ ବିଭାଗ ନିର୍ଦ୍ଦେଶକ ଅତୁଳ ଶ୍ରୀବାସ୍ତବ, ବୈଷୟିକ ନିର୍ଦ୍ଦେଶକ ଏଚ୍.ଏନ୍. ରାୟ ଓ ବୋକାରୋ ଇସ୍ପାତ କାରଖାନା ସିଇଓ ପବନ କୁମାର ସିଂହ ଏହି ଅବସରରେ ଉପସ୍ଥିତ ଥିଲେ । ଶ୍ରୀ ଚୌଧୁରୀ କର୍ମଚାରୀଙ୍କୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମ୍ବଳ ଭାବେ ଅଭିହିତ କରି କହିଲେ ଯେ, ଆମକୁ ଆମର କର୍ମଚାରୀଙ୍କ କ୍ଷମତା ଓ ସୃଜନାତ୍ମକ ଚିନ୍ତାଧାରା ଉପରେ ଭରସା ଅଛି କିନ୍ତୁ ଏହାକୁ ଉତ୍ପାଦନରେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି ।

ଆଜି ଯେତେବେଳେ ଇସ୍ପାତ ବଜାର ଏକ ଖରାପ ସମୟରୁ ମୁକୁଳି ଆସିଛି ଆମକୁ ଆମର ଲାଭପ୍ରଦତା ବଦଳାଇବାର ଆବଶ୍ୟକତା ରହିଛି । ଏଥିପାଇଁ ଆଧୁନିକୀକରଣ ପରବର୍ତ୍ତୀ କ୍ଷମତାର ପୂର୍ଣ୍ଣ ଉପଯୋଗ କରିବାକୁ ହେବ ବୋଲି କହିଥିଲେ । ଶ୍ରୀ ଚୌଧୁରୀ ବୋକାରୋ ଇସ୍ପାତ କାରଖାନାର ପ୍ରବନ୍ଧକ ଓ କର୍ମଚାରୀଙ୍କ ପ୍ରତିନିଧିଙ୍କ ସହ ମଧ୍ୟ ସାକ୍ଷାତ କରିବା ସହ ବାର୍ତ୍ତାଳାପ କରିଥିଲେ ।

By amfnews

Related Post