Sat. Nov 2nd, 2024

ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିଲେ ୮ ମାଓବାଦୀ, ୨ ଡିଆର୍‌ଜି ଯବାନ ଶହୀଦ

By amfnews Nov 26, 2018 #Featured
207 Views

ଛତିଶଗଡ଼, ନଭେମ୍ବର ୨୪: ମାଓବାଦୀଙ୍କୁ ସମୂଳେ ନିପାତ କରିବାକୁ ଆରମ୍ଭ ହୋଇଥିବା ଅପରେସନ୍‌କୁ ଜୋର ଦାର କରାଯାଇଛି । ମାଲକାନିଗିରି ସୀମାକୁ ଲାଗିଥିବା ଛତିଶଗଡ଼ ସୁକମାରେ ସୁରକ୍ଷାବାହିନୀକୁ ପୁଣି ଏକ ବଡ଼ ସଫଳତା ମିଳିଛି । ଜିଲ୍ଲାର କିସ୍ତାରାମ ଥାନା ଅନ୍ତର୍ଗତ ସକଲାର ଗାଁରେ ଗୁଳିବିନିମୟ ସମୟରେ ୮ ଜଣ ନକ୍ସଲ ଟଳି ପଡ଼ିଥିବାବେଳେ ୨ ଡିଆର୍‌ଜି ଯବାନ ଶହୀଦ ହୋଇଛନ୍ତି । ଏହା ସହିତ ଜଣେ ଯବାନଙ୍କ ଦେହରେ ଗୁଳି ବାଜିଥିବାବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏ ନେଇ ସୁକମା ଆରକ୍ଷୀ ଅଧିକ୍ଷକ ଅଭିଷେକ ମୀନା ସୂଚନା ଦେଇଛନ୍ତି । 

ସଲକାର ଗାଁ ନିକଟରେ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଓ ଡିଆର୍‌ଜି ଯବାନମାନେ ତଲାସୀ ଅଭିଯାନରେ ବାହାରିଥିଲେ । ମାଓବାଦୀ ସୁରକ୍ଷାବାହିନୀ ଉପରେ ଅତର୍କିତ ଗୁଳି ଚାଳନା କରିଥିଲେ । ଯବାନଙ୍କ ପାଲଟା ଜବାବରେ ୮ ଜଣ ମାଓବାଦୀ ନିହତ ହୋଇଛନ୍ତି । ଏହା ସହିତ ଏନ୍‌କାଉଣ୍ଟର୍‌ ବେଳେ ଡିଆର୍‌ଜି ଯବାନ ଶହୀଦ ହୋଇଛନ୍ତି । ଏହା ସହିତ ଜଣେ ଯବାନ ଆହତ ହୋଇଛନ୍ତି । ତେବେ ଜଣେ ମାଓବାଦୀକୁ ଆହତ ଅବସ୍ଥାରେ କାବୁ କରାଯାଇଛି । ଘଟଣାସ୍ଥଳରୁ ବହୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିବା ଏସ୍‌ପି କହିଛନ୍ତି । ଏବେବି ସଂପୃକ୍ତ ଅଂଚଳରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି ।

By amfnews

Related Post