Fri. Jan 24th, 2025

ସୁପର ସାଇକ୍ଲୋନର ରୂପ ନେଉଛି ଅମ୍ଫାନ୍, ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ

By amfnews May 18, 2020 #Featured
146 Views

ନୂଆଦିଲ୍ଲୀ: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫାନ୍ ସୁପର ସାଇକ୍ଲୋନର ରୂପ ନେଉଛି ବୋଲି  ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହା ୧୨ ଘଣ୍ଟା ମଧ୍ୟରେ ସୁପର ସାଇକ୍ଲୋନ ହୋଇପାରେ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହା ବଙ୍ଗୋପସାଗରରେ ଅତି ଭୀଷଣ ରୂପ ଧାରଣ କରିଛି। ଆଜି ସଂଧ୍ୟା ୫.୩୦ ସୁଦ୍ଧା ଏହି ପ୍ରକ୍ରିୟା ଆରମ୍ଭ ହୋଇଯିବ।  ମହବାତ୍ୟା ରୂପ ନେବାପରେ ଘଣ୍ଟା ପ୍ରତି ପବନର ବେଗ ୨୨୦ରୁ ୨୬୫ କିଲୋମିଟର ରହିବ ବୋଲି ଡ.ମହାପାତ୍ର ସୂଚନା ଦେଇଛନ୍ତି।

India Met. Dept.@Indiametdept

Extremely Severe Cyclonic Storm ‘AMPHAN’ (pronounced as UM-PUN) over west-central & adjoining central parts of South BoB: Cyclone Warning for West Bengal and north Odisha coasts. To intensify further as SuCS.

View image on TwitterView image on TwitterView image on Twitter
ବାତ୍ୟା ଅମ୍ଫାନର  କେନ୍ଦ୍ରସ୍ଥଳୀରେ ପବନର ବେଗ ଘଣ୍ଟା ପ୍ରତି ୨୪୦ କିଲୋମିଟର ରହିବ ବୋଲି ଆକଳନ କରାଯାଉଛି । କିନ୍ତୁ  ବାତ୍ୟା ସମୟରେ ପବନର ବେଗ ୨୨୦ରୁ ୨୬୫ କିଲୋମିଟର ରହିବା ସମ୍ଭାବନା ଦେଖାଦେଇଛି ।  ଆଜି ସନ୍ଧ୍ୟା ୫.୩୦ରୁ ଏହା ଆସନ୍ତାକାଲି ସକାଳ ୫ଟା ଯାଏ ମହାବାତ୍ୟା ରୂପ ନେଇ ସମୁଦ୍ର ଉପରେ ଗତି କରିବ । ଫଳରେ ଅତି ଭୀଷଣ ଅବସ୍ଥାରେ ହିଁ ଏହା ସ୍ଥଳଭାଗକୁ ଛୁଇଁବ । ଓଡ଼ିଶାର ଗଞ୍ଜାମ , ପୁରୀ, ଖୋର୍ଧା ଉପକୂଳରେ ପବନର ବେଗ ୭୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିଯିବ ବୋଲି ଅନୁମାନ କରାଯାଉଛି।

ସଦ୍ୟତମ ସୂଚନା ଅନୁଯାୟୀ, ଏବେ ଅମ୍ଫାନ୍ ପାରାଦୀପଠାରୁ ୭୯୦ କି.ମି ଦୂରରେ ରହିଛି। ତା’ଛଡ଼ା ଦୀଘା (ପଶ୍ଚିମବଙ୍ଗ) ର ୯୪୦ କିଲୋମିଟର ଏବଂ ଖେପୁପାରା (ବାଂଲାଦେଶ)ର ୧୦୬୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ଦୂରରେ ରହିଥିବା ଜଣାଯାଇଛି | ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫାନ୍ ଏବେ ଘଣ୍ଟା ପ୍ରତି ୧୩ କି.ମି ବେଗରେ ଗତି କରୁଥିବା ଜଣାଯାଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଏକ ସୁପର ସାଇକ୍ଲୋନରେ ପରିଣତ ହୋଇ ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି |

By amfnews

Related Post