Sat. Mar 7th, 2026

ସୁନ୍ଦରଗଡ଼: ଦରଜିଙ୍ଗ୍‌ ଠାରେ ବସ୍‌ ଓଲଟି ୧୦ ଯାତ୍ରୀ ଆହତ

366 Views

ରାଉରକେଲା : ଶନିବାର ସକାଳେ ୧୪୩ ନମ୍ବର ଜାତୀୟ ରାଜପଥର ଲହୁଣିପଡ଼ା ଅନ୍ତର୍ଗତ ଦରଜିଙ୍ଗ ଠାରେ ଗୋଟାଏ ଘରୋଇ ଯାତ୍ରୀବାହୀ ବସ୍‌ ରାସ୍ତାକଡ଼କୁ ଓଲଟି ପଡ଼ିବାରୁ ଅନ୍ୟୂନ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।

OR14R3157 ନମ୍ବର ବିଶିଷ୍ଟ ‘ସୁଶାନ୍ତ’ ନାମକ ସେ ବସ୍‌ଟି ପାଲଲହଡ଼ାରୁ ରାଉରକେଲା ଆସୁଥିଲା। ଚିକିତ୍ସା ନିମନ୍ତେ ଆହତଯାତ୍ରୀମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା ଏବଂ ଲହୁଣିପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଚଳନ୍ତା ଅବସ୍ଥାରେ ଏକ୍ସିଲ୍‌ ପତି ଭାଙ୍ଗିପଡ଼ିବାରୁ ବସ୍‌ ସନ୍ତୁଳନ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା ବୋଲି ଜଣାପଡ଼ିଛି।ଲହୁଣିପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

By amfnews

Related Post