Sat. Feb 1st, 2025

ସୁନ୍ଦରଗଡ ଜିଲା ଉଷୁ ପ୍ରତିଯୋଗୀଙ୍କ ବେଲପାହାଡ ଗସ୍ତ

rklsanchar@gmail.com' By J.N. Pradhan Aug 18, 2018 #Featured
204 Views

ରାଉରକେଲା, ୧୮ା୮ : ଚଳିତ ମାସ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ୨୬ତମ ରାଜ୍ୟସ୍ତରୀୟ ଉଷୁ ଚମ୍ପିୟନସିପ୍ ବେଲପାହାଡ ସ୍ଥିତ ଜୁବୁଲି ହଲ୍ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ରତିଯୋଗିତାରେ ସୁନ୍ଦରଗଡ ଜିଲା ଉଷୁ ସଙ୍ଗଠନ ତରଫରୁ ରାଉରକେଲା ସେକ୍ଟର-୭ ସ୍ଥିତ ସୁରଭି ସ୍ପୋର୍ଟସ ସୋସାଇଟିରୁ ୪୦ ଜଣ, ଛେଣ୍ଡ ଗ୍ରାଉଣ୍ଡରୁ ୧୭ ଜଣ, ରାଉରକେଲା ଜିଆର୍ପି ଗ୍ରାଉଣ୍ଡରୁ ୧୦ ଜଣ, ରାଉରକେଲା ସରକାରୀ ମହାବିଦ୍ୟାଳୟରୁ ୨ ଜଣ, ସୁନ୍ଦରଗଡ ଯୋଗୀମାଲ ଶାଖାରୁ ୬ ଜଣ ଏଭଳି ମୋଟ ୭୫ ଜଣ ପ୍ରତିଯୋଗୀ ସବ୍ଜୁନିୟର, ଜୁନିୟର ଓ ସିନିୟର (ବାଳକ ଓ ବାଳିକା) ଉଭୟ ଶାଂସୁ ଏବଂ ତାଉଲୁ (ଦେୟାର ହ୍ୟାଣ୍ଡ ଓ ୱିପନସ) ଇଭେଣ୍ଟରେ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି ବୋଲି ସୁନ୍ଦରଗଡ ଜିଲା ଉଷୁ ସଙ୍ଗଠନର ସମ୍ପାଦକ ଶରତ କୁମାର ଦାସ ସୂଚନା ଦେଇଛନ୍ତି । ଏହି ଦଳରେ ଜଜ୍ ଭାବେ ଶରତ କୁମାର ଦାସ, ସୁଜନ କୁମାର ରଥ, ଜିତେନ୍ଦ୍ର କୁମାର ଯାଦବ ମନୋନୀତ ହୋଇଥିବା ବେଳେ ଟିମ୍ କୋଚ୍ ଭାବେ ଡୁଲମୁ ଖାଣ୍ଡାଲକେଲ ଅଂଶଗ୍ରହଣ କରୁଛନ୍ତି । ଯାତ୍ରା କରୁଥିବା ପ୍ରତିଯୋଗୀଙ୍କୁ ସୁନ୍ଦରଗଡ ଜିଲା ଉଷୁ ସଙ୍ଗଠନ ସଭାପତି ବିବେକ ଗୁପ୍ତା, ଉପସଭାପତି ନବନୀତ ସିଂ ଛାବ୍ରା, ଅମନପ୍ରୀତ ସିଂ, ଉଧୟନାଥମିଶ୍ର, ଦେବଦତ୍ତ ଜେନା ଏବଂ ସମ୍ପାଦକ ଶରତ କୁମାର ଦାସ, ସହସମ୍ପାଦକ ସନ୍ତୋଷ କୁମାର ଭୂୟାଁଙ୍କ ସମେତ ଜିଲା ଶାଖା ପ୍ରଶିକ୍ଷକ ରତିକାନ୍ତ ମହାପାତ୍ର, ଅଜୟ ଲାକ୍ରା, ନିକି କୁମାରୀ, ସମୀର ମିଞ୍ଜ, ଏମ୍ଡି ଆବଦ ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Related Post