Wed. Dec 25th, 2024

ସୁନୀଲ ଅରୋରା ହେବେ ନୂଆଁ ମୁଖ୍ୟ ନିର୍ବାଚନ ଆୟୁକ୍ତ, ଡିସେମ୍ବରରେ ନେବେ ଦାୟିତ୍ୱ!

By amfnews Nov 27, 2018 #Featured
115 Views

ନୂଆଦିଲ୍ଲୀ, ନଭେମ୍ବର ୨୭: ସୁନୀଲ ଅରୋରା ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ହେବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ସେ ବର୍ତ୍ତମାନର ସିଇସି ଓମ ପ୍ରକାଶ ରାଓତଙ୍କ ସ୍ଥାନ ନେବେ । ଯଦି ପ୍ରକ୍ର୍ରିୟା ଠିକ ଭାବରେ ଚାଲେ, ତା’ହେଲେ ସେ ଆଗାମୀ ଡିସେମ୍ବର ୨ରେ ସୁନୀଲ ପଦଭାର ଗ୍ରହଣ କରି ପାରନ୍ତି । ଅରୋରାଙ୍କୁ ଗତ ବର୍ଷ ନିର୍ବାଚନ ଆୟୁକ୍ତ ପଦରେ ନିଯୁକ୍ତି କରାଯାଇଥିଲା । ଅରୋରା ଭାରତୀୟ ପ୍ରଶାସନିକ ସେବା (ଆଇଏଏସ)ର ୧୯୮୦ ବ୍ୟାଚର ରାଜସ୍ଥାନ କ୍ୟାଡର ଅବସରପ୍ରାପ୍ତ ଅଧିକାରୀ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆଇନ ମନ୍ତ୍ରାଳୟ ଦ୍ୱାରା ଅରୋରାଙ୍କ ନିଯୁକ୍ତିକୁ ସରକାରୀ ମଞ୍ଜୁରୀ ମିଳିବା ପରେ ଏହାକୁ ରାଷ୍ଟ୍ରପତି ଭବନ ପଠାଇ ଦିଆଯାଇଛି ।

ସୁନୀଲ ଅରୋରା ୧୯୮୦ ବ୍ୟାଚର ରାଜସ୍ଥାନ କରିଡର ଆଇଏଏସ ଅଧିକାରୀ ଅଟନ୍ତି । ସେ ଅର୍ଥ, ହସ୍ତତନ୍ତ୍ର ଏବଂ ଯୋଜନା ଆୟୋଗ ଭଳି ମନ୍ତ୍ରାଳୟ ଏବଂ ବିଭାଗର ବିଭିନ୍ନ ପଦରେ ନିଜର ସେବା ପ୍ରଦାନ କରିଛନ୍ତି । ବର୍ଷ ୧୯୯୯-୨୦୦୨ରେ ବେସାମରିକ ଜାହାଜ ଚଳାଳଚ ମନ୍ତ୍ରାଳୟରେ ଯୁଗ୍ମ ସଚିବ ପଦ ସମ୍ଭାଳିଛନ୍ତି । ଅରୋରା ୫ ବର୍ଷ ପର୍ଯ୍ୟନ୍ତ ଇଣ୍ଡିଆନ ଏୟାରଲାଇନ୍ସର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ (ସିଏମଡି) ଥିଲେ ।

ମନ୍ତ୍ରାଳୟର ଉଚ୍ଚ ପଦସ୍ଥ ସୂତ୍ରରୁ ଜଣାପଡ଼ିଛି ଯେ, ଅରୋରାଙ୍କ ନିଯୁକ୍ତିକୁ ଔପଚାରିକ ଭାବରେ ଖୁବ ଶୀଘ୍ର ଘୋଷଣା କରାଯିବ । ରାଜସ୍ଥାନରେ ପ୍ରଶାସନିକ ସେବା କାଳରେ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟଭାର ନେବା ସହିତ କେନ୍ଦ୍ର ସରକାରରେ ସୂଚନା ଏବଂ ପ୍ରସାରଣ ସଚିବ ଏବଂ କୌଶଳ ବିକାଶ ଏବଂ ଉଦ୍ଦ୍ୟେଗ ମନ୍ତ୍ରାଳୟରେ ସଚିବ ପଦରେ କାମ କରିଛନ୍ତି ।

ରାଜସ୍ଥାନରେ ଧୌଳପୁର, ଅଲୱର, ନାଗୌର ଏବଂ ଯୋଧପୁର ଭଳି ଜିଲ୍ଲାମାନଙ୍କରେ ଥିବା ବେଳେ ଉଲ୍ଲେଖଯୋଗ୍ୟ କାମ କରିଛନ୍ତି । ବର୍ଷ ୧୯୯୩-୧୯୯୮ରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ପଦରେ ଥିଲେ । ବର୍ଷ ୨୦୦୫-୨୦୦୮ରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ସଚିବ ଥିଲେ । ସେ ରାଜ୍ୟର ସୂଚନା ଏବଂ ଲୋକସଂପର୍କ ବିଭାଗରେ ମଧ୍ୟ କାମ କରିଛନ୍ତି ।

 

By amfnews

Related Post