135 Views
କୋରାପୁଟ ଜିଲ୍ଲା ସୁନାବେଡା ପୌର ପରିଷଦ ଅଧିନସ୍ଥ ଏନ.ଏଚ-୨୬ ପାର୍ଶ୍ୱରେ ଥିବା ହାଟପଦା ନିକଟସ୍ଥ ଘରୋଇ ଟ୍ରକ ଟର୍ମିନାଲର ଶୋଚନୀୟ ଅବସ୍ଥା| ଟର୍ମିନାଲରେ ଚାରିଆଡେ ଠାଏ ଠାଏ ଖାଲ ସୃଷ୍ଟି ହୋଇଥିବା ବେଳେ ସେଠାରେ ବର୍ଷା ପାଣି ଜମିରହିଥିବା ଦେଖିବାକୁ ମିଳେ | ରାସ୍ତାକଡରେ ପାଣି ଜମିଜିବାରୁ ଟ୍ରକ ଚାଳକମାନଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି|
ଟର୍ମିନାଲ କୁ ଯା ଆସ କରିବାକୁ ରାସ୍ତା ଟିଏ ଭି ନାହିଁ| ଟର୍ମିନାଲକୁ ବିଦୂତ ବ୍ୟବସ୍ତା ନଥିବାରୁ ରାତିରେ ଟର୍ମିନାଲଟି ଅସାମାଜିକ ବ୍ୟକ୍ତିଙ୍କ ଅଡ୍ଡା ସ୍ତଳୀ ପାଲଟିଯାଇଛି| ଉକ୍ତ ଟର୍ମିନାଲ ସୁନାବେଡା ପୌର ପରିଷଦ ଅଧୀନରେ ଥିବାବେଳେ ଟର୍ମିନାଲର ରକ୍ଷଣା ବେକ୍ଷଣ କୁ ନଜର ଅନ୍ଦାଜ଼ କରୁଥିବା ଅଭିଯୋଗ ହୋଇଛି| ଏହା ଦ୍ୱାରା କର୍ମଚାରୀ ଓ ଟ୍ରକ ଚାଳକଙ୍କ ମହଲରେ ଅସନ୍ତୋଷ ଦେଖାଯାଇଛି| ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି|