Fri. Apr 11th, 2025

ସୁନାବେଡ଼ାରେ ଗୁରୁ ଦିବସ ପାଳିତ।

By amfnews Sep 6, 2018 #Featured
475 Views

କୋରାପୁଟ ଜିଲ୍ଲା ସୁନାବେଡା ସହରାଞ୍ଚଳ ସ୍ଥିତ ଏଡିଏଭି ଉଚ୍ଚ ବିଦ୍ୟାଳୟ ରେ ମହାସମାରୋହ ରେ ଗୁରୁ ଦିବସ ପାଳିତ ହୋଇଯାଇଛି। ଏଇ ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ମନୋରଞ୍ଜନ ପଣ୍ଡା ଯୋଗ ଦେଇଥିଲେ। ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରେମାଲତା ଦାସ ଆନୁକୂଲ୍ୟରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହିଥିରେ ବିଦ୍ୟାଳୟର ସମସ୍ତ ସିକ୍ଷକ  ଶିକ୍ଷୟତ୍ରୀ  ଛାତ୍ର ଛାତ୍ରୀ ଉପସ୍ଥିତ ରହି ପ୍ରଥମ ଉପରାଷ୍ଟ୍ରିୟାପତି ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପ ମାଲ ଅର୍ପଣ ସହ ଦୀପ ପ୍ରଜ୍ଵଳିତ କରି ପ୍ରଥମ ଗୁରୁ ରୂପରେ ପୂଜା ଅର୍ଚନା କରିଥିଲେ ।
ମଞ୍ଚାସିନ ଉପସ୍ଥିତ ଶିକ୍ଷକ-ଶିକ୍ଷୟତ୍ରୀ ମନେ ଡ଼ଃ ରାଧାକୃଷ୍ଣଙ୍କ ଜୀବନ ଶୈଳୀ ଉପରେ ଆଲୋକପାତ କରିଥିଲେ।ଆର୍ଥିକ, ସାମାଜିକ, ଶିକ୍ଷା, ସଂସ୍କାର ତାଙ୍କର ମହାନତା ଉପରେ ଆଲୋକପାତ କରିଥିଲେ। ପରେ ଛାତ୍ର ମାନଙ୍କ ତରଫରୁ ରୋହିତ ଖୋର ସଭାପତିତ୍ୱ କରିଥିବାବେଳେ ଗୁରୁଜନଙ୍କୁ ପ୍ରଣାମ ଜଣାଇ ଅଭିଭାଷଣରେ ଗୁରୁ-ଶିଷ୍ୟର ପରମ୍ପରା ଯୁଗ ଯୁଗ ର ସମ୍ପର୍କ କହିଥିଲେ। ବର୍ତମାନ ଯୁଗରେ  ଗୁରୁ  ଶିଷ୍ୟ ମାନଙ୍କର ସମ୍ପର୍କ ଦିନ କୁ ଦିନ କ୍ଷୀଣ ହଉଚି ଏବଂ ରାଜନୀତି ବଢ଼ିବାରେ ଲାଗିଛି। ଓଡ଼ିଶାରେ ଶିକ୍ଷାର ବେବସ୍ଥା ସୁଧାରିବ କିଏ? ଆଜିର ସିକ୍ଷକ ମୌଳିକ ଅଧିକାର ପାଇଁ ରାଜ୍ ରାସ୍ତାରେ କଲା ଦିବସ ରେ ପାଳୁଛନ୍ତି।
ମାତୃ ଭାଷାର ସୁରକ୍ଷା ପାଇଁ ଅବହେଳା ଓ ଉଦାସୀନତା ଦେଖିବାକୁ ମିଳିଛି। ଯଦି ମାତୃ ଭାଷା କୁ ବଞ୍ଚେଇବାର ହେଲେ ପ୍ରତ୍ୟେକ କୋଣ ଅନୁକଣ ଦୋକାନ ବଜାର ରେ ଓଡ଼ିଆ ଭସାକୁ ଲିପିବଦ୍ଧ ହେବ ଦରକାର। ମାତୃ ଭାଷାର ସୁରକ୍ଷା ପାଇଁ ମଧୁସୂଦନ ଦାସ, ଗଦାବରୀଶ ମିଶ୍ର , ଗୋପବନ୍ଧୁ ଦାସ, ଫକୀର ମୋହନ, ଓଡ଼ିଆ ଜାତି ପାଇଁ ବଳିଦାନ ଦେବା ଦେଖା ଦେଇଛି ବୋଲି ଏକ ଉଚ୍ଚ କୋଟି ର ଅଭିଭାଷଣ ଦେଇଥିଲେ। ପ୍ରଧାନ ଶିକ୍ଷୟତ୍ରୀ ପ୍ରେମାଲତା ଦାସ , ଶ୍ରୀମତୀ ସାରଳା ବେହେରା, ସୁରଜିତା ପଟ୍ଟନାୟକ, ଅଶୋକ କୁମାର ପୃଷ୍ଟି, ଉପସ୍ଥିତ ସିକ୍ଷକ ଶିକ୍ଷୟତ୍ରୀ ମନେ ଗୁରୁ ଦିବସ ଉପଲକ୍ଷେ ଛାତ୍ର ଛାତ୍ରୀ ମାନଙ୍କୁ ସୁବେଛ| ଜଣାଇ ତାଙ୍କର ଉନ୍ନତର କାମନା ସହ ଆଶୀର୍ବାଦ ଦେଇଥିଲେ। ପରେ ଛାତ୍ର-ଛାତ୍ରୀ ମାନେ ସାଂସ୍କୃତକ କାର୍ଯ୍ୟକ୍ରମ କୁ ପରିବେଷଣ କରିଥିଲେ।

By amfnews

Related Post