Mon. Apr 21st, 2025

ସୁନନ୍ଦା ପୁଷ୍କର ଅପମୁତ୍ୟୁ ମାମଲା: ଅକ୍ଟୋବର ୯ରେ ସ୍ପଷ୍ଟ ହୋଇଯିବ କଂଗ୍ରେସ ସାଂସଦ ତଥା ସ୍ୱାମୀ ଶଶି ଥରୁର୍‌ ଦୋଷୀ ନା ନିର୍ଦ୍ଦୋଷ

By amfnews Sep 26, 2018 #Featured
200 Views

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିିତ ସୁନନ୍ଦା ପୁଷ୍କର ଅପମୁତ୍ୟୁ ମାମଲାର ଚୂଡ଼ାନ୍ତ ଶୁଣାଣି ଆସନ୍ତା ଅକ୍ଟୋବର ୯ ତାରିଖରେ କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ଏହି ମାମଲାରେ ବର୍ଷାଧିକ କାଳ ତଦନ୍ତ କରିବା ପରେ ଦିଲ୍ଲୀ ପୁଲିସ୍‌ ସୁନନ୍ଦା ପୁଷ୍କର ଅପମୁତ୍ୟୁ ଘଟଣାରେ କଂଗ୍ରେସ ସାଂସଦ ତଥା ସୁନନ୍ଦାଙ୍କ ସ୍ୱାମୀ ଶଶି ଥରୁର୍‌ଙ୍କୁ ଦୋଷୀ ସାବ୍ୟସ୍ତ କରି ଦିଲ୍ଲୀ ହାଇକୋର୍ଟରେ ତାଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଛନ୍ତି।

ପୁଲିସ୍‌ର ଚାର୍ଜସିଟ୍‌ ଆଧାରରେ କୋର୍ଟ କଂଗ୍ରେସ ସାଂସଦ ଶଶି ଥରୁର୍‌ଙ୍କୁ ଏହି ମାମଲାରେ ଅଭିଯୁକ୍ତ ଦୋଷୀ ବୋଲି ବିବେଚନା କରିବା ସହ ଏହି ମାମଲାର ଶୁଣାଣି କରୁଛନ୍ତି। ଦିଲ୍ଲୀ ପୁଲିସ୍‌ କୋର୍ଟରେ ଆଗତ କରିଥିବା ଚାର୍ଜସିଟ୍‌ରେ ଦର୍ଶାଇଛନ୍ତି ଯେ ପତ୍ନୀ ସୁନନ୍ଦାଙ୍କୁ ଆତ୍ମହତ୍ୟା କରିବା ପାଇଁ ଏକରକମର ବାଧ୍ୟ ଏବଂ ପ୍ରରୋଚିତ କରିଥିଲେ।

ଶଶି ଥରୁର୍‌ଙ୍କ ଏପ୍ରକାରର ଆଚରଣ ପରିପ୍ରେକ୍ଷୀରେ ସୁନନ୍ଦାଙ୍କ ନିକଟରେ ଆତ୍ମହତ୍ୟା କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା। ଫଳରେ ୨୦୧୪ରେ ସୁନନ୍ଦା ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲ ଲୀଲା ପ୍ୟାଲେସ୍‌ର ଏକ ରୁମ୍‌ରେ ଆତ୍ମହତ୍ୟା କରିଥିଲେ ବୋଲି ପୁଲିସ୍‌ ଚାର୍ଜସିଟ୍‌ରେ ଦର୍ଶାଇଛି।

ତେବେ, ଆସନ୍ତା ଅକ୍ଟୋବର ୯ ତାରିଖରେ ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ଚୂଡ଼ାନ୍ତ ଶୁଣାଣି କରିବା ପରେ ସୁନନ୍ଦା ପୁଷ୍କର ଅପମୁତ୍ୟୁ ମାମଲାରେ କଂଗ୍ରେସ ସାଂସଦ ଶଶି ଥରୁର୍‌ ପ୍ରକୃତରେ ଦୋଷୀ ନା ନିର୍ଦ୍ଦୋଷ ତାହା ସ୍ପଷ୍ଟ ହୋଇଯିବ।

By amfnews

Related Post