193 Views
ମୁମ୍ବାଇ : ରାଷ୍ଟ୍ରାୟତ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପ୍ରାୟ ୧୩ ହଜାର କୋଟି ଟଙ୍କା ଠକି ଫେରାର ହୋଇଯାଇଥିବା ହୀରା ବ୍ୟବସାୟୀ ନିରବ ମୋଦି ବିରୋଧରେ ଆଜି ଏକ ରାୟ ଶୁଣାଇଛନ୍ତି ପୁନେର ଡେବ୍ଟ ରିକଭରୀ ଟ୍ରିବୁନାଲ( ଡିଆରଟି) । ବ୍ୟାଙ୍କକୁ ନିରବ ସୁଧ ସହିତ ୭୩୦୦ କୋଟି ଟଙ୍କା ଫେରାଇବାକୁ ଟ୍ରିବୁନାଲ ନିର୍ଦ୍ଦେଶ ଦେଇଛନ୍ତି । ପିଏନବି ମୁମ୍ବାଇ ପକ୍ଷରୁ ନିରବ ମୋଦି ବିରୋଧରେ ଦାଏର ଦୁଇଟି ମାମଲାର ଶୁଣାଣି କରି ଟ୍ରିବୁନାଲର ଜଜ ଦୀପକ ଟକ୍କର ଏହି ରାୟ ଶୁଣାଇଛନ୍ତି । ନିରବ ମୋଦି ବିରୋଧରେ ୧୭୦୦ କୋଟି ଟଙ୍କାର ଆଉ ଏକ ମାମଲା ଡିଆରଟି ମୁମ୍ବାଇରେ ଚାଲୁ ରହିଛି ।
ଗତ ସପ୍ତାହରେ ସିଂଗାପୁରର ଏକ କୋର୍ଟ ନିରବ ମୋଦିର ଭଉଣୀ ଓ ଭେଣେଇଙ୍କର ବ୍ୟାଙ୍କ ଖାତା ଅଚଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ବ୍ୟାଙ୍କ ଖାତାରେ ପ୍ରାୟ ୪୪.୪୧ କୋଟି ଟଙ୍କା ଥିଲା ବୋଲି ଜଣାପଡିଛି ।