251 Views
ମୁମ୍ବାଇ, ଜାନୁଆରୀ ୩୦ : ବଲିଉଡ୍ ଅଭିନେତା ତଥା ରଣବୀର କପୁରଙ୍କ ବାପା ଋଷି କପୁର ୪ ମାସ ହେଲାଣି ନ୍ୟୁୟର୍କରେ ରହି ନିଜର ସ୍ୱାସ୍ଥ୍ୟ ଚିକିତ୍ସା କରାଉଛନ୍ତି। ଋଷି କପୁର କେଉଁ ରୋଗରେ ପୀଡ଼ିତ ସେ ନେଇ ସେ କୌଣସି ସୂଚନା ଦେଇ ନଥିବା ବେଳେ କେବଳ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା କଥା ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ଜଣାଇଥିଲେ। ଯାହା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏବେ ପୁଣି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସହ ଯଡ଼ିତ ଏକ ନୂଆ ଖବର ଶୁଣିବାକୁ ମିଳୁଛି। ଏହି ଖବର ଆଉ କେହି ନୁହେଁ, ବରଂ ଋଷି କପୁର ନିଜେ ନିଜ ପ୍ରଶଂସକମାନଙ୍କୁ ଦେଇଛନ୍ତି।