Fri. Mar 6th, 2026

ସୀମାରେ ସ୍ଥିତି ଉତ୍ତେଜନା ପୂର୍ଣ୍ଣ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ

426 Views

ନୂଆଦିଲ୍ଳୀ: ପାକିସ୍ତାନ  ବାୟୁ ସେନାର ଏଫ୍‌-୧୬ ଲଢୁଆ ବିମାନ ବୁଧବାର ନିୟନ୍ତ୍ରଣ ରେଖା ଟପି ଭାରତୀୟ ସୀମା ଭିତରକୁ ପଶି ଆସିବା ପରେ ତାହାକୁ ଭାରତୀୟ ସେନା ପକ୍ଷରୁ ଗୁଳି କରି ଖସାଇ ଦେଇଛି। ଗତକାଲି ଭାରତ ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ସୀମାରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହୋଇଯାଇଛି।

ଭାରତ-ପାକ୍‌ ଭିତରେ ଉପୁଜିଥିବା ଏପରି ଯୁଦ୍ଧ ପରିସ୍ଥିତିର କିପରି କଡ଼ା ମୁକାବିଲା କରିହେବ ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାସଭବନରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବ୍ୟତୀତ ଦେଶର  ଶୀର୍ଷସ୍ତରୀୟ ଗୁଇନ୍ଦା ବିଭାଗୀୟ ଅଧିକାରୀ ଉପସ୍ଥିତ ହୋଇଥିଲେ। ବୈଠକରେ ସୀମା ସୁରକ୍ଷା ସଂପର୍କରେ ଆଲୋଚନା ହୋଇଥିବା ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଭାରତୀୟ ବାୟୁ ସେନା ନିୟନ୍ତ୍ରଣ ରେଖା ପାର୍‌ କରି ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦର ଶିବିରକୁ ଧ୍ୱଂସ କରିଦେବା ପରେ ପ୍ରତିଶୋଧ ମୁଖା ହୋଇଛି ପାକିସ୍ତାନ। ଏ ନେଇ ଦୁଇ ଦେଶର ଏବେ ବିଭିନ୍ନ ସ୍ଥାନରେ ହାଇଆଲର୍ଟ ଜାରି ହେବା ସହ ଘରୋଇ ବିମାନ ଚଳାଚଳ ବାଧାପ୍ରାସ୍ତ ହୋଇଛି।

By amfnews

Related Post