225 Views
ନୂଆଦିଲ୍ଲୀ, ଜାନୁଆରୀ 26 : ଦୀର୍ଘଦିନ ରୁ ଭାରତ ଓ ଚୀନ୍ମଧ୍ୟରେ ସୀମା ବିବାଦ ଲାଗିଥିବା ବେଳେ ଗତକାଲି ଦୁଇ ଦେଶ ପୁଣିଥରେ ମୁହଁମୁହିଁ ହୋଇଯାଇଥିଲେ । ଯାହାଫଳ ରେ କିଛିଟା ଉତ୍ତେଜନା ସୃଷ୍ଟି ହୋଇଥିଲା । ତେବେ ଏହି ଘଟଣା କୁ ନେଇ ବସିଥିବା ଉଭୟ ପକ୍ଷର ସେନା କମାଣ୍ଡର ସ୍ତରୀୟ ନବମ ପର୍ଯ୍ୟାୟ ବୈଠକ ରେ ସମସ୍ୟାର ସମାଧାନ ବାହାରିଛି । ରବିବାର ଚାଇନା ପାର୍ଶ୍ୱର ମୋଲ୍ଡୋ-ଚୁଶୁଲ ସୀମାରେ ଦୀର୍ଘ ୧୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଅ।ଲୋଚନା ଚାଲିଥିଲା । ଫଳରେ ଉଭୟ ପକ୍ଷରେ ମଧ୍ୟରେ ପାରସ୍ପରିକ ବିଶ୍ୱାସ ଓ ବୁଝାମଣା ବୃଦ୍ଧି ପାଇଛି । ସୀମାରେ ମୁତୟନ ଥତ୍ବା ଫ୍ରଣ୍ଟଲାଇନ ସୈନ୍ୟ ତୁରନ୍ତ ପ୍ରତ୍ୟାହାର କରିନେବାକୁ ଉଭୟ ପକ୍ଷର କମାଣ୍ଡରମାନେ ରାଜି ହୋଇଛନ୍ତି