Sat. Jun 7th, 2025

ସୀମାରେ ପାକିସ୍ତାନର ଅସ୍ତ୍ର ବିରତି ଉଲଂଘନ

By amfnews Jan 1, 2019 #Featured
147 Views

ରାଜୋରି, ୧ ଜାନୁଆରୀ : ଜାମ୍ମୁ ଓ କଶ୍ମୀରର ଭାରତ ପାକିସ୍ତାନ ମଧ୍ୟରେ ଥିବା ଲାଇନ୍‌ ଅଫ କଣ୍ଟ୍ରୋଲ( ଏଲଓସି)ର ପୁଞ୍ଚ ସେକ୍ଟରରେ ପାକିସ୍ତାନ ପକ୍ଷରୁ ପୁଣି ନୂଆବର୍ଷରେ ଅସ୍ତ୍ରବିରତି ଉଲଂଘନ କରାଯାଇଛି। ନୂଆବର୍ଷ ପାଇଁ ସମଗ୍ର ବିଶ୍ୱ ଉତ୍ସବ ମୁଖରିତ ଥିବା ବେଳେ ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକୁ ବନ୍ଦ କରି ନାହିଁ। ଆଜି ସକାଳୁ ସକାଳୁ ପାକିସ୍ତାନୀ ସେନା ପକ୍ଷରୁ ପୁଞ୍ଚରେ ଥିବା ଭାରତୀୟ ଆଡ୍‌ଭାନ୍ସ ପୋଷ୍ଟ ଉପରକୁ ଗୁଳି ମାଡ଼ କରାଯାଇଛ। ଯଦିଓ ପାକିିସ୍ତାନରଏହି ଅସ୍ତ୍ରବିରତି ଉଲଂଘନ ଯୋଗୁଁ କେହି ଭାରତୀୟ ସୈନିକ ଆହତ ମଧ୍ୟ ହୋଇ ଥିବାର ଖବର ମିଳିନାହିଁ, ତଥାପି ଭାରତୀୟ ସେନାଏହାର ମୁହଁତୋଡ ଜବାବ ଦେଇଛି।
ସୂଚନାଯୋଗ୍ୟ ଯେ ଗତକାଲି ମଧ୍ୟ ପାକିସ୍ତାନୀ ରେଞ୍ଜର ମାନେ ଅସ୍ତ୍ର ବିରତି ଉଲଂଘନ କରିଥିଲେ। ଗତକାଲି ପୁଞ୍ଚର କର୍ମରା ଅଞ୍ଚଳରେ ପାକିସ୍ତାନୀ ରେଞ୍ଜର ପକ୍ଷରୁ ଗୁଳିମାଡ଼ କରାଯାଇଥିଲା। ସେହିପରି ଡିସେମ୍ବର ୨୩ ତାରିଖରେ ମଧ୍ୟ ପାକିସ୍ତାନୀ ସେନା ଅସ୍ତ୍ରବିରତି ଉଲଂଘନ କରିଥିଲେ। ଡିସେମ୍ବର ୨୧ ତାରିଖରେ ପାକିସ୍ତନୀ ସେନା କୁପଓ୍ଵାରାର କେରାନ ସେକ୍ଟରରେ ଅସ୍ତ୍ରବିରତି ଉଲଂଘନ କରି ଗୁଳିମାଡ଼ କରିବାରୁ ୨ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ।

By amfnews

Related Post