Mon. Apr 21st, 2025

ସୀମାରେଖାରେ ମାର୍ଚ୍ଚ ପୂର୍ବରୁ ପାକିସ୍ତାନ ପଟୁ ଦୁଇ ଘଣ୍ଟା ଲଗାତର ଅସ୍ତ୍ରବିରତି ଉଲ୍ଲଂଘନ

By amfnews Oct 4, 2019 #Featured
151 Views

ଶ୍ରୀନଗର  : ସୀମାରେଖାରେ ଆଜି ପାକିସ୍ତାନ ପିଓକେ ବାସିନ୍ଦାଙ୍କୁ ନେଇ ମାର୍ଚ୍ଚ କରୁଛି। ଯାହାର ଉଦ୍ଦେଶ୍ୟ ଜମ୍ମୁ କଶ୍ମୀରରେ ହିଂସା ସୃଷ୍ଟି କରିବା। ଆଜି ସକାଳୁ ପାକିସ୍ତାନ ଏହି ମାର୍ଚ୍ଚ ଆରମ୍ଭ କରିବା ପୂର୍ବରୁ ପୁଞ୍ଚ ଜିଲ୍ଲାର ଦେଗବାର ସେକ୍ଟରରେ ସକାଳ ୫ରୁ ୭ ଯାଏ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଯାହାର ଜବାବ ଭାରତୀୟ ସେନା ମଧ୍ୟ ଦେଇଥିଲେ। ଏବେ କିନ୍ତୁ ଉଭୟ ପଟୁ ଗୁଳିବିନିମୟ ବନ୍ଦ ରହିଛି।

ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ବିଚଳିତ ହୋଇ ପଡ଼ିଛି ପାକିସ୍ତାନ। ଜାତିସଂଘ ପାଖରୁ ଆରମ୍ଭ କରି ବିଭିନ୍ନ ଦେଶର ପାଖରେ ପାକିସ୍ତାନର କଶ୍ମୀର କୂଟନୀତି ବିଫଳ ହୋଇଛି। ଯାହାକୁ ଆମେରିକା ଗସ୍ତ ବେଳେ ସ୍ୱୀକାର କରିଥିଲେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଏବେ ଚାରିଆଡୁ ନିରାଶ ହେବା ପରେ ସୀମାରେଖାରେ ଭାରତ ବିରୋଧରେ ନାରାବାଜି କରି ଜମ୍ମୁ କଶ୍ମୀରରେ ହିଂସା ସୃଷ୍ଟି କରିବାକୁ ଚାହୁଁଛି ପାକିସ୍ତାନ। ଅନ୍ୟପଟେ ପାକିସ୍ତାନର ଏହି ମିଛ ଏଜେଣ୍ଡାକୁ ମାତ୍ ଦେବା ପାଇଁ ଭାରତ ମଧ୍ୟ କଡ଼ା ପ୍ରସ୍ତୁତି କରିଛି।

ଚଳିତବର୍ଷ ଫେବୃଆରୀ ୧୪ରେ ଜମ୍ମୁ କଶ୍ମୀରର ପୁଲଓ୍ୱାମା ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହାପରେ ପାକିସ୍ତାନର ବାଲାକୋଟରେ ଭାରତ ଫେବୃଆରୀ ୨୮ରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଏହାପରେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ବଢ଼ିଥିବା ଦେଖିବାକୁ ମିଳିଛି।

By amfnews

Related Post