Wed. Jan 22nd, 2025

ସୀମାନ୍ତରେ ପୁଣି ବିସ୍ଫୋରଣ, ସଦିହ ଯବାନଙ୍କୁ ଉଦ୍ଧାର କରିବାକୁ ଯାଇ ପୁଣି ଜଣେ ଯବାନ୍ ଆହାତ

By amfnews Apr 5, 2021 #Featured
298 Views

ମାଲକାନାଗିରି, ଏପ୍ରିଲ ୫ : ଅଶାନ୍ତ ହେଉଛି ସୀମାନ୍ତ, ବଢୁଛି ଲାଲ ବାହିନୀଙ୍କ ଉତ୍ପାତ । ବିଜାପୁର ନକ୍ସଲ ହାମଲାରେ ସହିଦ ହୋଇଥିବା ଯବାନ ମାନଙ୍କୁ ଉଦ୍ଧାର କରିବାକୁ ପୁଣି ଜଣେ ଯବାନ୍ ଗୁରୁତର ଭାବରେ ଆହାତ ହୋଇଛନ୍ତି ।

ଗତ କାଲି ଛତିଶଗଡ ସୁକମ୍‌ା-ବିଜାପୁରରେ ନକ୍ସଲ ମାନଙ୍କ ଚକ୍ରବିହ୍ୟୁରେ ଫସି ଯାଇଥିଲେ ସୁରକ୍ଷାକର୍ମୀ । ସୁରକ୍ଷାକର୍ମୀ ମାନଙ୍କ କୋମ୍ବିଙ୍ଗ ଅପରେସନ୍ ସମୟରେ ତିନି ପଟୁ ଘେରି ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ ନକ୍ସଲ । ଏହି ଆକ୍ରମଣରେ ୨୨ ଯବାନ୍ ସହିତ ହୋଇଥିବା ବେଳେ ୩୧ ଜଣ ଯବାନ ଗୁରୁତର ଭାବରେ ଆହାତ ହୋଇଛନ୍ତି । ତେବେ ସହିଦ ଯବାନ୍ ଓ ଆହାତ ଯବାନ୍ ମାନଙ୍କୁ ଉଦ୍ଧାର କରିବାକୁ ଯିବା ସମୟରେ ବି ପୁଣି ହୋଇଛି ବିସ୍ଫୋରଣ ।

ପୁଣି ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲ ମାନେ ଖଞ୍ଜିଥିଲେ ଲ୍ୟାଣ୍ଡମାଇନ୍ ଯାହା ବିସ୍ଫୋରଣ ହୋଇ ସହିଦଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଜଣେ ଯବାନ୍ ଗୁରୁତର ଭାବରେ ଆହାତ ହୋଇଛନ୍ତି । 

ତେବେ ଟେକେଲାଗୁଡା ଜଙ୍ଗଲରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଥିବା ବେଳେ ଆହାତ ଯବାନଙ୍କୁ ଚିକିତ୍ସା ପାଇଁ ବିଜାପୁର ସ୍ଥାନାନ୍ତରିତ କରାଯାଇଛି ।

ଅନ୍ୟପଟେ ଏହି ନକ୍ସଲ ହାମଲାରେ ସୁରକ୍ଷାକର୍ମୀ ଓ ନକ୍ସଲ ଗୁଳିବିନିମୟରେ ୨୫-୩୦ ନକ୍ସଲ ମଧ୍ୟ ନିହତ ହୋଇଥିବା ଦାବି କରିଛନ୍ତି ସିଆରପିଏଫ ଡିଜି କୁଲଦିପ୍ ସିଂ । ହାଡ୍‌କୋର ମାଓବାଦୀ ହିଡମ୍‌ା ଦ୍ୱାରା ଏହି ଚକ୍ରବିହ୍ୟୁ ରଚାଯାଇଥିବା ସ୍ପଷ୍ଟ ହେବା ପରେ ହିଡମ୍‌ାକୁ ଧରିବାକୁ ଏନଆଇଏ ଘଟଣାର ତଦନ୍ତ କରିପାରେ ବୋଲି ସୂଚନା ମିଳିଛି ।

By amfnews

Related Post