Tue. Dec 24th, 2024

ସିୱେଜ ସଫା କରିବା ସମୟରେ ବିଷାକ୍ତ ଗ୍ୟାସ ନିର୍ଗତ ଯୋଗୁଁ ୪ ମୃତ, ୨ ଗରୁତର

By amfnews Sep 10, 2018 #Featured
198 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୦

ଦିଲ୍ଲୀର  ମୋତି ନଗରରେ ରବିବାର ସିୱେଜ ଟ୍ରିଟମେଂଟ ପ୍ଲାଂଟ(ଏସଟିପି)ର ଟାଙ୍କି ସଫା କରୁଥିବା ସମୟରେ ବିଷାକ୍ତ ଗ୍ୟାସ ନିର୍ଗତ ଯୋଗୁ ୪ ଜଣଙ୍କର ମୃତ୍ୟୁ ହୋଇଛି । ପୋଶ ସୋସାଇଟ ଡିଏଲଏଫ କ୍ୟାପିଟାଲ ଗ୍ରୀନରେ ଘଟିଥବା ଏହି ଦୁର୍ଘଟଣାରେ ଶ୍ୱାସରୁଦ୍ଧ ହେବାରୁ ଅନ୍ୟଏକ ଯୁବକକୁ ଗମ୍ଭୀର ଅବସ୍ଥାରେ ହସ୍ପିଟାଲରେ ଭର୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ପଙ୍କଜ(୨୬), ରାଜା(୨୩), ମ.ସଫଦରାଜ(୧୯) ଓ ଅମେଶ୍ର ତିୱାରୀ (୨୬) । ପୋଲିସ ଏହାକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ଜିଲ୍ଲା ପୋଲିସ ଉପଆୟୁକ୍ତ ମୋନିକା ଭରଦ୍ୱାଜ କହିଛନ୍ତି କି, ଗ୍ରୀନ -କ୍ୟାପିଟାଲସ୍ଥିତ ପି-ଟାୱାରରେ ରବିବାର ସନ୍ଧ୍ୟାରେ ଏକ ଏଜେନ୍ସୀର ୬ ଲୋକ ଅଲଗା ଅଲାଗ ସିୱେଜ ଟାଙ୍କିକୁ ସଫା କରୁଥିଲେ । ଏହି ଶ୍ରମିକମାନେ ବିନା କୌଣସୀ ସୁରକ୍ଷା ଉପକରଣରେ ଟାଙ୍କି ମଧ୍ୟକୁ ପ୍ରବେଶ କରିଥିଲେ । ଏହି ଘଟଣାରେ କେଉଁ ମାନେ ଦୋଷୀ , ପୋଲିସ ଏହାର ତଦନ୍ତ କରୁଛି ।

ପୋଲିସ କହିଛି କି, ସୂଚନା ମିଳିବା ପରେ ଦମକଳ ବିଭାଗ କର୍ମଚାରୀ ମାସ୍କ ଏବଂ ଓ ଅକ୍ସିଜେନ ସିଲିଣ୍ଡର ନେଇ ଟାଙ୍କିରେ ପଶିôଥିଲେ । ପାଖାପାଖି ୧ ଘଂଟା ର ଅକ୍ଲାନ୍ତ ପରିଶ୍ରମ ପରେ ୬ଜଣଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରଯାଇଥିଲା । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ୪ ଜଣଙ୍କୁ ମୃତ ଘୋଷଣା କରିଥିଲା ଓ ଅନ୍ୟ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି । ଟାଙ୍କି ସଫା କରିବା ପାଇଁ ବ୍ୟବହାର କରାଯାଉଥିବା କେମିକାଲ ଗ୍ୟାସ ପାଇଁ ଏହି ଦୁର୍ଘଟଣା ଘଟିଛି ।

By amfnews

Related Post