Sat. Dec 28th, 2024

ସିଡ଼ନୀ ଟେଷ୍ଟ ଖେଳିବେ ନାହିଁ ରୋହିତ ଶର୍ମା

By amfnews Dec 31, 2018 #Featured
115 Views

ଅଷ୍ଟ୍ରେଲିଆ ବିରୋଧ ୪ର୍ଥ ଟେଷ୍ଟ ମ୍ୟାଚ୍‌ରେ ଖେଳିବେ ନାହିଁ ଭାରତର ମଧ୍ୟକ୍ରମ ବ୍ୟାଟ୍ସମାନ ରୋହିତ ଶର୍ମା। ରୋହିତଙ୍କ ପତ୍ନୀ ଋତିକା ଭାରତରେ ଏକ ଡାକ୍ତରଖାନାରେ ଏକ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ତେଣୁ ନବଜାତ କନ୍ୟା ଓ ପତ୍ନୀଙ୍କ ସହିତ ରହିବା ପାଇଁ ରୋହିତ ଟେଷ୍ଟ ଶୃଙ୍ଖଳାର ଅଧାରୁ ଭାରତ ଫେରିଆସିଛନ୍ତିି। ତେବେ ରୋହିତ ଶର୍ମା ଭାରତ ଫେରି ଆସିଥିବା ବେଳେ ସେ ୪ର୍ଥ ଟେଷ୍ଟ ଖେଳିବା ନେଇ ଆଶଙ୍କା ଶୃଷ୍ଟି ହୋଇଛି। ରୋହିତଙ୍କ ବଦଳରେ ଅନ୍ୟ କୌଣସି ଖେଳାଳି ପଠାଇବାକୁ ଅଧିନାୟକ ବିରାଟ କୋହଲି ଓ କୋଚ୍‌ ରବିଶାସ୍ତ୍ରୀ ଚାହିଁବେ କିମ୍ବା ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ।

ବିସିସିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ଜାନୁଆରି ୩ ତାରିଖ ଦିନ ସିଡ୍‌ନିରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିରୋଧରେ ୪ର୍ଥ ଓ ଶେଷ ଟ୍ରେଷ୍ଟ ରେ ରୋହିତ ଶର୍ମାଙ୍କ ଖେଳିବା ନେଇ ସନ୍ଦେହ ରହିଛି ।ରୋହିତଙ୍କ ପତ୍ନୀ ଋତିକା ସେମାନଙ୍କ ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିବା ବେଳେ ପତ୍ନୀଙ୍କ ପାଖରେ ରହିବା ପାଇଁ ରୋହିତ ଶର୍ମା ମେଲବୋର୍ଣ୍ଣ ଟେଷ୍ଟ ପରେ ପରେ ଭାରତ ଫେରି ଆସିଥିଲେ। ତେଣୁ ସେ ୪ର୍ଥ ଟେଟେ ପୂବ;ରୁ ଫେରିବା ନେଇ ସନ୍ଦେହ ରହିଛି।
ସୂଚନାଯୋଗ୍ୟଯେ ମେଲବୋର୍ଣ୍ଣ ଠାରେ ଅନୁଷ୍ଠିତ ବକ୍ସିଂ ଡେ ଟେଷ୍ଟରେ ରୋହିତ ଅର୍ଦ୍ଧଶତକ ( ଅପରାତଜିତ ୬୩ ରନ)ହାସଲ କରିଥିଲେ।

By amfnews

Related Post